ମଡେଲ ସୌମ୍ୟ ରଂଜନ ଆତ୍ମହତ୍ୟା ମାମଲା: ପ୍ରେମିକା ସେନାଲୀ ଓ ତାଙ୍କ ମା’ଙ୍କ ହେଲା ବୟାନ ରେକର୍ଡ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ମଡେଲ ସୌମ୍ୟ ରଂଜନ ଆତ୍ମହତ୍ୟା ମାମଲାରେ ଅଡୁଆରେ ସିଙ୍ଗର ସୋନାଲି ଓ ତାଂକ ମା। ସୌମ୍ୟଙ୍କ ପରିବାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବାବେଳେ ପୋଲିସ ସୋନାଲି ଓ ମାଙ୍କ ଵୟାନ ରେକର୍ଡ କରିଛି।

ମଡେଲ ସୌମ୍ୟରଂଜନ ଆତ୍ମହତ୍ୟା ମାମଲାରେ ଅଡୁଆ ବଢିଛି ସେଲେବ୍ରିଟି ସିଙ୍ଗର ସୋନାଲି ନନ୍ଦ ଓ ତାଙ୍କ ମାଙ୍କର। ଇନ୍ଫୋସିଟି ପୋଲିସ 161 ଧାରାରେ ଉଭୟଙ୍କ ବୟାନ ରେକର୍ଡ କରିଛି। ଉଭୟଙ୍କ କଲ ଡିଟେଲ ରେକର୍ଡ ଅନୁଧ୍ୟାନ କରୁଛି ତଦନ୍ତକାରୀ ଟିମ। ସୌମ୍ୟ ଓ ସୋନାଲୀଙ୍କ whatsap ଓ facebook ଚାଟରୁ କିଛି ଡିଲିଟ ହୋଇଛି। ତାକୁ retreive ପାଇଁ whatsapକୁ ଚିଠି ଲେଖାଯାଇଛି। ସେହିଭଳି SFSLର ରିପୋର୍ଟକୁ ଅପେକ୍ଷା ରହିଛି। ସୌମ୍ୟଙ୍କ ସୁଇସାଇଢ୍ ନୋଟକୁ  ହାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି ମେଳ କରିବାକୁ।

ଏପଟେ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟଙ୍କ ଭଉଣୀ ସୌଭାଗ୍ୟଲଷ୍ମୀ। ସୌମ୍ୟଙ୍କ ସହ ସୋନାଲି ପ୍ରେମ ନାଟକ କରୁଥିବା ସେ ଅଭିଯୋଗ କରିଛନ୍ତି। ପ୍ରେମ ଜାଲରେ ଫସାଇ ତାଙ୍କ ଭାଇଙ୍କ ଠାରୁ ବହୁ ଟଙ୍କା ନେଇଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ପୋଲିସକୁ ନିବେଦନ କରିଛନ୍ତି କି ତୁରନ୍ତ  ପଦକ୍ଷପ ନେଇ ଦୋଷୀ ବିରୋଧରେ  କାର୍ଯ୍ୟାନୁଷ୍ଠାନ  ନିଅନ୍ତୁ।

Leave A Reply

Your email address will not be published.