ଆଜିଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଆଜିଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ଆସି କେନ୍ଦୁଝର ବୋଦାପଳଶା ଫୁଟବଲ ପଡ଼ିଆ ଠାରେ ଅବତରଣ କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରୁ ସିଧାସଳଖ ଚନ୍ଦ୍ରଶେଖର ମନ୍ଦିରକୁ ଯାଇ ସେଠାରେ କିଛି ସମୟ ପୂଜାର୍ଚ୍ଚନା କରିଥିଲେ । ତା ପରେ ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରକୁ ଯାଇ ସେଠାରେ ଶତବାର୍ଷିକୀ ଉତ୍ସବର ଉଦ୍ଘାଟନ ପୂର୍ବକ ଫଳକ ଉନ୍ନୋଚନ କରିଥିଲେ । ଏହି ସମୟରେ ସ୍କୁଲର ଛାତ୍ରଛାତ୍ରୀ ମାନେ ପୁଷ୍ପ ବୃଷ୍ଟି କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ ।

ଏହାପରେ ମୁଖ୍ୟମନ୍ତ୍ରୀ ସିଧା ଯାଇ ଅରଡେଇ ନାଳ ସେତୁର ଶୁଭ ଉଦ୍ଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ ସେଠାରୁ ସିଧା ଆସି ବୋଦାପଳସା ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଳନ କାର୍ଯ୍ୟକ୍ରମ ପାଇଁ ଆୟୋଜିତ ସଭାରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ପାଟଣା ଓ ତେଲକୋଇ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.