୨୦ରେ ମହାନଦୀ ଶୁଣାଣି: ଆଡ୍‌ଭୋକେଟ ଜେନେରାଲ୍

0

ଓଡ଼ିଆ ନ୍ୟୁଜ୍: ମହାନଦୀ ଜଳ ବିବାଦକୁ ନେଇ ଆସନ୍ତା ୨୦ରେ ପରବର୍ତ୍ତୀ ଶୁଣାଣି। ସୂଚନା ଦେଲେ ଆଡ୍‌ଭୋକେଟ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ।କ୍ଷେତ୍ର ପରିଦର୍ଶନ ରିପୋର୍ଟ ଅନ୍ତର୍ଭୁକ୍ତ କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ।ମହାନଦୀ ବିବାଦକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଅନେକ ଅଗ୍ରଗତି ଘଟିଛି।୨ ରାଜ୍ୟର ବୈଷୟିକ ଟିମ୍ ପାଖାପାଖି ୧୩ଟି ବୈଠକ କରି ସାରିଛନ୍ତି।ମୁଖ୍ୟ ସଚିବ ଓ ସଚିବସ୍ତରୀୟ ମିଟିଂରେ ଅନେକ ବିବାଦୀୟ ପ୍ରସଙ୍ଗରେ ସହମତି ହୋଇଛି।ମୁଖ୍ୟ ସଚିବ ଓ ସଚିବସ୍ତରୀୟ ମିଟିଂରେ ଅନେକ ବିବାଦୀୟ ପ୍ରସଙ୍ଗରେ ସହମତି ହୋଇଛି।ଆପୋଷ ମିଳାମିଶା ପାଇଁ ହୋଇଥିବା ଆଲୋଚନାରେ ଟ୍ରିବ୍ୟୁନାଲ ସନ୍ତୁଷ୍ଟ।କେନ୍ଦ୍ର ମଧ୍ୟସ୍ଥତାରେ ୨ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।ମହାନଦୀ ପ୍ରସଙ୍ଗରେ ଯଥେଷ୍ଟ ପ୍ରଗତି ହୋଇଛି, ଖୁବଶୀଘ୍ର ସମାଧାନ ହେବ।

ମହାନଦୀକୁ ନେଇ ହୋଇଥିବା ସମାଧାନର ଅନେକ ସମସ୍ୟାର ସମାଧାନ ନେଇ ଦୁଇ ରାଜ୍ୟ ଭିତରେ ସହମତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସଚିବ ସ୍ତରୀୟ ବୈଠକ ଆପୋଷ ବୁଝାମଣା ନେଇ ଆଲୋଚନା ସଫଳତାର ସହ ଆଗକୁ ବଢ଼ିଛି ବୋଲି ଏଜି ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି । ମହାନଦୀ ମାମଲାର ଆପୋଷ ସମାଧାନ ପାଇଁ ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଦୁଇ ରାଜ୍ୟ ସହ ଆଲୋଚନା କରି ସମାଧାନ କରିବାକୁ ଜୋର୍ ଦେଇଛନ୍ତି । ଇବ୍ ଏବଂ ତେଲ ନଦୀରେ ପ୍ରକଳ୍ପ କରିବା ପାଇଁ ପ୍ରସ୍ତାବଟି ସିଡବ୍ଲୁସିରେ ବିଚାରାଧିନ ରହିଛି ତାକୁ କିପରି ସମାଧାନ କରାଯିବ ସେ ନେଇ ସିଡବ୍ଲୁସିକୁ ନିର୍ଦ୍ଦେଶ ଦେବାକୁ ଏଜି ଜୋର୍ ଦେଇଥିଲେ ।

Leave A Reply

Your email address will not be published.