ଓଡ଼ିଆ ନ୍ୟୁଜ୍: ମଙ୍ଗରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ । ବିଜେଡି ସଂସଦୀୟ ଦଳର ନେତା ହେଲେ ମାନସ ମଙ୍ଗରାଜ । ଏନେଇ ବିଜେଡି ପକ୍ଷରୁ ରାଜ୍ୟସଭା ଅଧ୍ୟକ୍ଷ ଚିଠି ଲେଖିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।
କିଛି ଦିନ ତଳେ ବିଜେଡି ସାଂସଦ ତଥା ବରିଷ୍ଠ ନେତା ସସ୍ମିତ ପାତ୍ର ରାଜ୍ୟସଭାରେ ଦଳର ସଂସଦୀୟ ନେତା ପଦରୁ ଇସ୍ତଫା ଦେଇଥିଲେ । ପରେ ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଏହି ଇସ୍ତଫାକୁ ଗ୍ରହଣ କରିଥିଲେ । ତେବେ ସସ୍ମିତ ପାତ୍ରଙ୍କ ଇସ୍ତଫା ପରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ବିଜେଡି ନୂଆ ଘୋଷଣା କରିଛି । ସୋମବାର ଦିନ ବିଜେଡି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଯେଉଁଥିରେ ମାନସ ମଙ୍ଗରାଜଙ୍କୁ ବିଜେଡି ସଂସଦୀୟ ଦଳ ନେତା ଦାୟିତ୍ୱ ଦିଆଯାଇଛି। ଏହାସହିତ ସାଂସଦ ସୁଲତା ଦେଓକୁ ବିଜେଡି ସଂସଦୀୟ ଦଳ ଉପନେତା ସହ ମୁଖ୍ୟ ସଚେତକର ଦାୟିତ୍ୱ ମିଳିଛି। ମାନସ ମଙ୍ଗରାଜ ଏବେ ମୁଖ୍ୟ ସଚେତକ ଦାୟିତ୍ୱରେ ଥିବା ବେଳେ ପୂର୍ବରୁ ସୁଲୋତା ଦେଓ ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇଥିଲେ। ଏହି ଦୁଇ ଜଣଙ୍କ ଚୟନକୁ ଅନୁମୋଦନ ଦେଇ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।