ନବୀନଙ୍କୁ ଟାର୍ଗେଟ କଲେ ପୃଥ୍ବୀରାଜ

0

ଓଡ଼ିଆ ନ୍ୟୁଜ୍: ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ନବୀନଙ୍କୁ ଟାର୍ଗେଟ୍‌ କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଲେ-ଏହାକୁ ନେଇ ଦ୍ବନ୍ଦ୍ବ ତିଆରି ନବୀନଙ୍କ ଭଳି ବରିଷ୍ଠ ନେତାଙ୍କୁ ଶୋଭା ଦେଉନି। ପରୋକ୍ଷ ଭାବେ ବିରୋଧ କରିବା, ଅଟକାଇବା ମାନସିକତା ନବୀନ ଛାଡ଼ନ୍ତୁ। ଏତିକି ବଢିବ ସେତିକି ବଢିବ କହି ଦ୍ବନ୍ଦ୍ବ କରିବା ଠିକ ନୁହେଁ।

ଆଇନ ମନ୍ତ୍ରୀ ଆହୁରି କହିଛନ୍ତି- କେନ୍ଦ୍ର ସରକାର ଐତିହାସିକ ନିଷ୍ପତ୍ତି ନେବାକୁ ଯାଉଛନ୍ତି | ଆଗାମୀ ଇତିହାସକୁ ପରିବର୍ତ୍ତନ କରିବାକୁ ଯାଉଛି କିନ୍ତୁ ଏତିକି ବଢିବ ସେତିକି ବଢିବ କହି ଦ୍ୱନ୍ଦ୍ୱ କରିବା ଠିକ ନୁହେଁ। ଆଗାମୀ ଦିନରେ ସୀମା ପୁନଃ ନିର୍ଦ୍ଧାରଣ ହୋଇ ସିଟ ସଂଖ୍ୟା ବଢ଼େ ତେବେ ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି କହିଛନ୍ତି।

ତାକୁ ବିରୋଧ କରି ସ୍ୱତନ୍ତ୍ର ଅଧିବେଶନ ଜିଦ କରିବା ପରୋକ୍ଷ ଭାବେ ମହିଳା ସଂରକ୍ଷଣକୁ ବିରୋଧ କରିବା ବିଜେଡିର ନୂଆ ଯୋଜନା। ସେହି ଦୃଷ୍ଟିରୁ ଏଭଳି ବିବାଦରୁ ଦୁରେଇ ରୁହନ୍ତୁ ନବୀନ ଏହା ହିଁ ମୋର ପରାମର୍ଶ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି- ଯଦି ନିର୍ବାଚନ ମଣ୍ଡଳୀ ସାଇଜ ଯଦି ୟୁନିଫର୍ମ ରହିଲା, ଅପେକ୍ଷାକୃତ ବଡ଼ ନ ରହିଲା ତାହେଲେ ଜନପ୍ରତିନିଧିମାନଙ୍କୁ ସୁବିଧା ହୁଏ। ବିଜେଡିର ନେତା ବୋଧେ ଏକଥା ବୁଝନ୍ତି ନାହିଁ ସେ କହିଛନ୍ତି।

Leave A Reply

Your email address will not be published.