SRCଙ୍କ ସମୀକ୍ଷା ପରେ ଖରାଛୁଟି ନିଷ୍ପତ୍ତି: ନିତ୍ୟାନନ୍ଦ ଗଣ୍ଡ

0

ଓଡ଼ିଆ ନ୍ୟୁଜ୍: ଖରାଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ।ଜିଲ୍ଳାପାଳଙ୍କ ରିପୋର୍ଟ ଆଧାରରେ ଛୁଟି ନିଷ୍ପତ୍ତି ନିଆଯିବ।ଯେଉଁ ଜିଲ୍ଲାରେ ଅସହ୍ୟ ଗରମ ସେହି ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ନିଷ୍ପତ୍ତି।‘ପିଲାମାନଙ୍କ ସୁରକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ବ ଦେଉଛୁ’।ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଗରମ ହେଉଛି, ବିଚାର କରାଯାଉଛି।SRCଙ୍କ ହିଟ୍‌ ୱେଭ୍‌ ସମୀକ୍ଷା ପରେ ହିଁ ଖରାଛୁଟି ନିଷ୍ପତ୍ତି ନିଆଯିବ।

ତେବେ ଖରାକୁ ଦେଖି ଆଗୁଆ ସତର୍କ ହୋଇପଡ଼ିଛନ୍ତି ସରକାର । ଯାହା ଲାଗୁଛି ସରକାର ନେଇପାରନ୍ତି କିଛି ସତର୍କତା ମୂଳକ ପଦକ୍ଷେପ । ପିଲାଙ୍କ ସ୍ୱାସ୍ଥ୍ୟ ସରକାରଙ୍କ ପ୍ରଥମ ପ୍ରାଥମିକତା । ଏସବୁକୁ ଦୃଷ୍ଟିରେ ରଖି ସରକାର ଗ୍ରୀଷ୍ମ ଅବକାଶ ଆଗୁଆ କରିବାକୁ ଯୋଜନା ରଖିଛନ୍ତି । ପରୋକ୍ଷରେ ଏନେଇ ଇଙ୍ଗିତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।ମନ୍ତ୍ରୀ କହିଛନ୍ତି ଯେଉଁ ଜିଲ୍ଲାଗୁଡିକରେ ଅସହ୍ୟ ଗରମ ହେଉଛି, ସେହି ସବୁ ଜିଲ୍ଲା ଗୁଡିକରେ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ସ୍କୁଲ ଛୁଟି ହେବା ନେଇ ନିଷ୍ପତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା । ପିଲାମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ପଶ୍ଚିମ ଓଡିଶାରେ କିଛି ଜିଲ୍ଲାରେ ଅତ୍ୟଧିକ ଗରମ ନେଇ ସୂଚନା ରହିଛି, ତାହାକୁ ମଧ୍ୟ ବିଚାରକୁ ନେଇଛି ବିଭାଗ ।

ସେହି ଜିଲ୍ଲାଗୁଡିକର ଜିଲ୍ଲାପାଳମାନେ ରିପୋର୍ଟ ଦେଲେ ବିଭାଗ ନିଷ୍ପତି ନେବ । ଏସଆରସି ହିଟ ୱେଭକୁ ନେଇ ବୈଠକ ଡାକି ସମୀକ୍ଷା କରିବା ପରେ ହିଁ ଖରା ଛୁଟି ପାଇଁ ନିଷ୍ପତି ନିଆଯିବ । ତେଣୁ ଏସଆରସିଙ୍କ ମିଟିଂ ପରେ ହିଁ ସ୍କୁଲ ଛୁଟି ନିଷ୍ପତ୍ତି ନିଆଯିବ ।

Leave A Reply

Your email address will not be published.