ଓଡ଼ିଆ ନ୍ୟୁଜ୍: ମହିଳା ସଂରକ୍ଷଣ ଓ ଡିଲିମିଟେସନ୍ ଉପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ। ଲୋକସଭାରେ ବିଲ୍ ଆଗତ ପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ। ଜନସଂଖ୍ୟାର ୫୦ ପ୍ରତିଶତ ଲୋକ ଆଇନ ତିଆରିରେ ସାମିଲ ହୁଅନ୍ତୁ। ଯେଉଁ ଦଳ ମହିଳା ସଂରକ୍ଷଣକୁ ବିରୋଧ କରିଛି ତାର ଫଳ ଭୋଗିଛି। ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା କ୍ଷମା କରିବେ ନାହିଁ।୨୫/୩୦ ବର୍ଷ ତଳର ସ୍ଥିତି ଆଜି ଆଉ ନାହିଁ- ମୋଦି। ଏବେ ମହିଳାମାନେ ଅଧିକାର ପାଇବା ନେଇ ଦୃଢ଼ ହକ୍ଦାର।ଆଜି ଯେଉଁମାନେ ବିରୋଧ କରିବେ ଲମ୍ବା ସମୟ ପାଇଁ ଭୋଗିବେ। ମୁଁ ପଛୁଆ ବର୍ଗରୁ ଆସିଛି, ମାତ୍ର ସବୁ ବର୍ଗକୁ ସମ୍ମାନ କରି ଆସିଛି।ଜୀବନର ସବୁ କ୍ଷେତ୍ରରେ ମହିଳାମାନେ ଦକ୍ଷତା ଦେଖାଇଲେଣି।ପଞ୍ଚାୟତରେ ମହିଳାଙ୍କୁ ସଂରକ୍ଷଣ ଦେଉଛ, ସଂସଦରେ କାହିଁକି ନୁହଁ।
ଡିଲିମିଟେସନ୍କୁ ନେଇ ରାଜନୀତି କରିବା ଅନୁଚିତ।ଦେଶର କୌଣସି ପ୍ରାନ୍ତ ସହ ଭେଦଭାବ କରାଯିବ ନାହିଁ। ଯଦି ଏନେଇ ଗ୍ୟାରେଣ୍ଟି ଚାହୁଁଛ ଦେବାକୁ ପ୍ରସ୍ତୁତ ଅଛି। ଦେଶର ଆଜି ଯେଉଁ ପ୍ରଗତି ହୋଇଛି, ସେଥିରେ ମହିଳାଙ୍କ ଭାଗିଦାରୀ। ୩୦ ବର୍ଷ ହେଲା ମହିଳାମାନେ ଅପେକ୍ଷା କଲେଣି, ଡେରି ଉଚିତ ନୁହେଁ।