ଦିଲ୍ଲୀ ବିମାନ ବନ୍ଦରରେ ଦୁଇ ବିମାନ ସାମ୍ନାସାମ୍ନି

0

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ବିମାନ ବନ୍ଦରରେ ଦୁଇଟି ବିମାନ ମଧ୍ୟରେ ଧକ୍କା।ରନ୍‌ୱେରେ ଅକାଶା ବିମାନକୁ ଧକ୍କା ଦେଲା ସ୍ପାଇଶ୍ ଜେଟ୍ ବିମାନ। ଦୁଇଟି ବିମାନର ୱିଙ୍ଗ୍ କ୍ଷତିଗ୍ରସ୍ତ ସୂଚନା। ସମସ୍ତ ଯାତ୍ରୀ ଓ କ୍ରିଉ ସୁରକ୍ଷିତ ଥିବା କହିଲା ଅକାଶା ଏୟାର।ସ୍ପାଇସଜେଟର ଏକ B737-700 ବିମାନ ଏୟାରପୋର୍ଟରେ ଟ୍ୟାକ୍ସିଂ କରୁଥିବା ସମୟରେ, ପୂର୍ବରୁ ଛିଡ଼ା ହୋଇଥିବା ଅକାସା ଏୟାର ବିମାନ ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ସ୍ପାଇସଜେଟର ବିମାନର ଡାହାଣ ୱିଙ୍ଗ କ୍ଷତିଗ୍ରସ୍ତ ହୋଇଛି। ଏହାସହ ବିମାନର ବାମ ହରିଜଣ୍ଟାଲ ଷ୍ଟାବିଲାଇଜର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ, ସ୍ପାଇସଜେଟର ବିମାନକୁ ଦିଲ୍ଲୀ ବିମାନବନ୍ଦରରେ ଗ୍ରାଉଣ୍ଡ କରିଦିଆଯାଇଛି ।

ଅକାସା ଏୟାରର ଜଣେ ମୁଖପାତ୍ର କହିଛନ୍ତି, ‘ଦିଲ୍ଲୀରୁ ହାଇଦ୍ରାବାଦ ଯିବାକୁ ଥିବା ଅକାସା ଏୟାରର ବିମାନ QP 1406 କୁ ଦୁର୍ଘଟଣା ପରେ ଉଡ଼ାଣ ଭରିପାରି ନାହିଁ । ଦୁର୍ଘଟଣା ସମୟରେ ଅକାସା ଏୟାରର ବିମାନଟି ସ୍ଥିର ଥିଲେ । ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି । ଆମର ଗ୍ରାଉଣ୍ଡ ଟିମ୍ ଯଥାଶୀଘ୍ର ଯାତ୍ରୀମାନଙ୍କୁ ହାଇଦ୍ରାବାଦ ପଠାଇବାକୁ ବିକଳ୍ପ ବ୍ୟବସ୍ଥା କରୁଛନ୍ତି।’

Leave A Reply

Your email address will not be published.