୩ ଜିଲ୍ଲାକୁ ହିଟ୍ ୱେଭ୍ ଓ୍ୱାର୍ଣ୍ଣିଂ

0

ଓଡ଼ିଆ ନ୍ୟୁଜ୍: ତାତିରୁ ନାହିଁ ନିସ୍ତାର। ରାଜ୍ୟରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହୁଥିବା ବେଳେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ପ୍ରବଳ ଖରା ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀର ସମ୍ଭାବନାକୁ ନେଇ ଏଥିରୁ ମିଳିପାରେ ସାମାନ୍ୟ ଆଶ୍ବସ୍ତି। ଉପକୂଳରେ ବିଶେଷ ଭାବେ ଗରମ ସହ ଗୁଳୁଗୁଳି ଲାଗିରହୁଥିବା ବେଳେ ଆସନ୍ତା ୨୪ ଘଂଟାରେ ୧୧ ଜିଲ୍ଲାରେ ଉଷ୍ମ ଆଦ୍ରତା ସ୍ଥିତି ଉପୁଜିବ । ଗଂଜାମ,ଗଜପତି ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ।

ସେହିପରି ମାଲକାନଗିରି, କୋରାପୁଟ,ରାୟଗଡା, କନ୍ଧମାଳ, ନୟାଗଡ, ଗଂଜାମ,ଗଜପତି, ମୟୁରଭଞ୍ଜ କେନ୍ଦୁଝର,ଯାଜପୁର , ସୁନ୍ଦରଗଡ,ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଏହି ୧୮ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଥିବା ବେଳେ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ମଧ୍ୟ କାଳବୈଶାଖୀର ପ୍ରଭାବ ରହିବା ସହ ଗରମ ଓ ଗୁଳୁଗୁଳି ଲାଗିରହିବ ।

Leave A Reply

Your email address will not be published.