ସେକ୍ସ ରାକେଟ ଠାବ: ୪ ଗିରଫ

0

ଓଡ଼ିଆ ନ୍ୟୁଜ୍: ସେକ୍ସ ରାକେଟ ଠାବ ସହ ୨ ଯୁବତୀ ଉଦ୍ଧାର; ୪ ଗିରଫ।ରାଜଘାଟ ବ୍ରିଜ ଓ ଧାମରା ବ୍ରିଜର ହୋଟେଲ ଉପରେ ଚଢାଉ।୨ ଯୁବତୀଙ୍କୁ ଡାକ୍ତରୀ ମାଇନା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର।ମିଳିଥିବା ସୂଚନା ମୁତାବକ, ସହରର ରାଜଘାଟ ବ୍ରିଜ ଏବଂ ଧାମରା ବ୍ରିଜ ଅଞ୍ଚଳରେ ସେକ୍ସ ରାକେଟ ଚାଲିଥିବା ପୋଲିସକୁ ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏନେଇ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ସମ୍ପୃକ୍ତ ଅଞ୍ଚଳରେ ଥିବା ହୋଟେଲରେ ଚଢାଉ କରି ସେକ୍ସ ରାକେଟରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିବା ସହ ୨ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା।

ପୋଲିସ ହୋଟେଲରୁ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ପୋଲିସ ୨ଜଣ ଯୁବତୀଙ୍କୁ ଡାକ୍ତରୀ ମାଇନା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ଏହି ଘଟଣାର ସହରରେ ଚଚ୍ଚାର ବିଷୟ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.