ଓଡ଼ିଆ ନ୍ୟୁଜ୍: ଶିଖରଚଣ୍ଡୀରେ ପୁଣି ହାତୀ ଉପଦ୍ରବ । ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ହାତୀ ଆତଙ୍କ।୨ଟି ଦନ୍ତା ହାତୀ ପାହାଡ଼ରେ ଦୁଇ ଦିନ ହେଲା ଡେରା ପକାଇଛନ୍ତି। ଆମ୍ବ ଖାଇବା ଅନ୍ୱେଷଣରେ ଆସି ପାହାଡ଼ରେ ଅଛନ୍ତି ୨ ଦନ୍ତା।ଜନବସତି ମୁହାଁ ନହେବା ଲାଗି ବନ ବିଭାଗର ପାଟ୍ରୋଲିଂ।ଭୁବନେଶ୍ୱର ୱାଇଲ୍ଡଲାଇଫ୍ ରେଞ୍ଜରଙ୍କ ନେତୃତ୍ବରେ ୨ଟି ଟିମ୍ ନଜର ରଖିଛନ୍ତି। ବନବିଭାଗ ପକ୍ଷରୁ ଦନ୍ତା ହାତୀଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖାଯାଇଛି । ବାରମ୍ବାର ପୁରା ଅଞ୍ଚଳରେ ବାଜୁଛି ସାଇରନ ।
ଖବର ଅନୁଯାୟୀ, ଭୁବନେଶ୍ୱର ଶିଖରଚଣ୍ଡୀରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଗତ ଦୁଇ ଦିନ ଧରି ଦୁଇ ଦନ୍ତା ଉତ୍ପାତ କରୁଛନ୍ତି । ଏମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ବନ ବିଭାଗ ଟ୍ରାକିଂ କରୁଛି । ଏଥିପାଇଁ ଦୁଇଟି ସ୍ପେଶାଲ୍ ଗ୍ରୁପ୍ ନିୟୋଜିତ ହୋଇଛନ୍ତି। ଟ୍ରାକିଂରେ ନିୟୋଜିତ ଅଛନ୍ତି ଚନ୍ଦକା ଏବଂ ଭୁବନେଶ୍ବର ରେଞ୍ଜ କର୍ମଚାରୀ । ସାଇରନ୍ ବଜାଇ ଚାଲିଛି ଅପରେସନ। ହାତୀ ଯେପରି ସହର ଭିତରକୁ ପ୍ରବେଶ ନ କରିବ, ସେନେଇ ଚେଷ୍ଟା ଚଳାଇଛି ବନ ବିଭାଗ। ହାତଟି ଭରତପୁର ଜଙ୍ଗଲରୁ ଚାଲିଆସିଥିବା ସୂଚନା ଦେଇଛନ୍ତି ଡେପୁଟି ରେଞ୍ଜର।