ଆଜି ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ

0

ଓଡ଼ିଆ ନ୍ୟୁଜ୍: ଆଜି ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ ପାଳନ।ବିଜେଡି ପକ୍ଷରୁ ମୟୂରଭଞ୍ଜ ବନ୍ଦ ପାଳନ; କଂଗ୍ରେସର ସମର୍ଥନ।କାକବନ୍ଧ ଆଶ୍ରମ ସ୍କୁଲ୍‌ ଛାତ୍ରୀ ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ ଦାବିରେ ବନ୍ଦ ପାଳନ।ସ୍କୁଲ୍‌କଲେଜ୍, ଦୋକାନ, ବଜାର, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ।

ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ କାକବନ୍ଧ ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଛାତ୍ର ଅସୁସ୍ଥ ଓ ଜଣେ ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ବିଜେଡି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହରତାଳ ଡାକରା ଦେଇଛି । ଏହାକୁ ଜିଲ୍ଲା କଂଗ୍ରେସ ମଧ୍ୟ ସମର୍ଥନ ଦେଉଛି । ଅନୁସୂଚିତ ଜାତି, ଜନଜାତି, ସଂଖ୍ୟା ଲଘୁ ଉନ୍ନୟନ ବିଭାଗରେ ପରିଚାଳିତ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଆବାସିକ ଶିକ୍ଷାନୁଷ୍ଠାନରେ ଘଟଣାର ପୁନରାବୃତ୍ତି ନହେବା, ଘଟଣାର ନ୍ୟାୟିକ ତଦନ୍ତ ସହିତ ଜଡ଼ିତ ଅଧିକାରୀଙ୍କ ବିରୋଧ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ, ମୃତ ଛାତ୍ରୀର ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ସହିତ ବାପା କିମ୍ବା ମା’ଙ୍କୁ ସରକାରୀ ଚାକିରୀ ଯୋଗାଇଦେବା ନେଇ ଦାବି କରାଯାଇଛି ।

Leave A Reply

Your email address will not be published.