ଓଡ଼ିଆ ନ୍ୟୁଜ୍: CMC ଫୁଡ୍ କୋର୍ଟ ଆବଣ୍ଟନକୁ ନେଇ ରାଗିଲେ ବିଧାୟିକା ସୋଫିଆ। ପ୍ରେସମିଟ୍ରେ CMC ଦ୍ୱାରା ପ୍ରସ୍ତୁତ ଏସଓପିକୁ ଚିରିଦେଲେ।ବାରବାଟୀ ନିକଟ ଫୁଡ୍କୋର୍ଟ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ କଲେ। ସିଧାସଳଖ ମେୟର ସୁବାସ ସିଂଙ୍କୁ ଟାର୍ଗେଟ କଲେ ସୋଫିଆ।ମେୟର ନିଜ ଲୋକଙ୍କୁ ଦୋକାନ ଘର ଆବଣ୍ଟନ କରିଥିବା ଅଭିଯୋଗ।ସହରର ଉନ୍ନତିମୂଳକ କାମରେ ସୋଫିଆ ବାଧା ସୃଷ୍ଟି କରୁଥିବା କହିଲେ ମେୟର।
ଆଜି କଟକ-ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋସ ଏକ ପ୍ରେସମିଟ୍ରେ ଆୟୋଜନ କରିଥିଲେ । ଯେଉଁଥିରେ ସେ କଟକ ହୋଇଥିବା ଅନେକ ଦୁର୍ନୀତି ସଂପର୍କରେ ତଥ୍ୟ ରଖିଥିଲେ । ସିଏମ୍ସିରେ କିପରି ଦୁର୍ନୀତି ଚାଲିଛି । ସେନେଇ ଅନେକ କାଗଜ ପତ୍ର ଦେଖାଇଛନ୍ତି ସୋଫିଆ । ସିଏମସିର ସଫେଇ କାର୍ଯ୍ୟ ଏବଂ ନିର୍ମାଣ କାର୍ଯ୍ୟରେ ଅନେକ ଦୁର୍ନୀତି ହୋଇଥିବା ଉଲ୍ଲେଖ କରିଛନ୍ତି । ସଫେଇ ସଂସ୍ଥା ନାଁରେ ଫେକ୍ ବିଲ ତିଆରି ହେଉଛି । ଏପିରିକି ଯେଉଁ ରାସ୍ତାର ମୂଲ୍ୟ ୩୦ରୁ ୪୦ ହଜାର ହେବ, ତାକୁ ୨ରୁ ୩ ଲକ୍ଷର ବିଲ ୍ କରି ହରିଲୁଟ୍ କରୁଛନ୍ତି ।