୨୧ରେ ଓଡିଶା ଆସିବେ ରାଷ୍ଟ୍ରପତି

0

ଓଡ଼ିଆ ନ୍ୟୁଜ୍: ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା।୨୧ ତାରିଖରେ ଓଡ଼ିଶା ଆସି ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।୨୧ ସକାଳେ ନୂଆଦିଲ୍ଲୀରୁ ବାୟୁସେନା ବିମାନରେ ଆସିବେ ରାଷ୍ଟ୍ରପତି।ସକାଳ ୧୦ଟା ୨୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ। ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ୧୧ଟା ୧୦ରେ ରାଉରକେଲାରେ ଓହ୍ଲାଇବେ।ସଡ଼କ ପଥରେ ସେକ୍ଟର ୧୩ ଯାଇ ସାଧାରଣ ସଭାରେ ଯୋଗ ଦେବେ।

ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର୍ ଭବନ, ବିଜ୍ଞାନ ପାର୍କ ଓ ପାନେଟୋରିୟମ୍‌ ଉଦ୍‌ଘାଟନ।କୋଏଲ ନଗରସ୍ଥିତ ପ୍ରମୋଦ ଉଦ୍ୟାନ ଉଦ୍‌ଘାଟନ କରିବେ ରାଷ୍ଟ୍ରପତି।ଜନଜାତି ସଂଗ୍ରହାଳୟ ଓ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର୍ ପରିଦର୍ଶନ କାର୍ଯ୍ୟକ୍ରମ।ରାଉରେକଲା ପ୍ରତ୍ୟାବର୍ତ୍ତନ ପରେ ଝାରସୁଗୁଡ଼ାରୁ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି।

Leave A Reply

Your email address will not be published.