ଫେଲ୍ ମାରିଲା ଗୁରୁତ୍ବପୂର୍ଣ୍ଣ ମହିଳା ସଂରକ୍ଷଣ ବିଲ୍‌

0

ଓଡ଼ିଆ ନ୍ୟୁଜ୍: ଲୋକସଭାରେ ଫେଲ୍ ମାରିଲା ଗୁରୁତ୍ବପୂର୍ଣ୍ଣ ମହିଳା ସଂରକ୍ଷଣ ବିଲ୍‌। ଦୁଇ ତୃତୀୟାଂଶ ସମର୍ଥନ ଯୋଗାଡ଼ କରିବାରେ ବିଫଳ ହେଲା NDA।ମହିଳା ସଂରକ୍ଷଣ ବିଲ୍ ପାଇଁ ମୋଟ ୫୨୮ ଭୋଟ ପଡ଼ିଥିଲା। ଏହା ଏକ ସାମ୍ବିଧାନିକ ସଂଶୋଧନ ବିଲ୍ ଥିଲା, ଯାହାକୁ ପାସ୍ କରିବା ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଥିଲା। ବିଲ୍ ପାସ୍ କରିବା ପାଇଁ ୩୫୨ ଭୋଟ ଆବଶ୍ୟକ ଥିଲା, କିନ୍ତୁ ବିଲ୍ ସପକ୍ଷରେ ମାତ୍ର ୨୯୮ ଭୋଟ ପଡ଼ିଥିଲା ଏବଂ ବିପକ୍ଷରେ ୨୩୦ ଭୋଟ ପଡ଼ିଥିଲା।

ଫଳରେ ୨୦୨୯ ସୁଦ୍ଧା ମହିଳା ସଂରକ୍ଷଣ ଲାଗୁ କରିବା ଏବଂ ଲୋକସଭା ଆସନ ସଂଖ୍ୟାକୁ ୫୪୩ ରୁ ୮୫୦ କୁ ବୃଦ୍ଧି କରିବା ପାଇଁ ସରକାର ଯେଉଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଥିଲେ, ତାହା ବିରୋଧୀଙ୍କ ଚେକମେଟ୍ ଯୋଗୁଁ ଫେଲ୍ ମାରିଛି। ବିଲ୍ ପାସ୍ ପାଇଁ ୩୨୬ ଖଣ୍ଡ ଭୋଟ୍ ଆବଶ୍ୟକ ଥିଲା । ଭୋଟିଂ ପ୍ରକ୍ରିୟାରେ ୪୮୯ ସଦସ୍ୟ ଭାଗ ନେଇଥିଲେ, ଯେଉଁଥିରୁ ସପକ୍ଷରେ ୨୭୮ ଖଣ୍ଡ ଭୋଟ ଏବଂ ବିରୋଧରେ ପଡ଼ିଲା ୨୧୧ ଭୋଟ୍ ପଡିଥିଲା। ଅର୍ଥାତ ସରକାରଙ୍କୁ ଆଉ ୪୮ଟି ଭୋଟ୍ କମ୍ ପଡିଥିଲା।

Leave A Reply

Your email address will not be published.