ଓଡ଼ିଆ ନ୍ୟୁଜ୍: ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ।BDA ପକ୍ଷରୁ ଏହା ହେଉଛି ସବୁଠାରୁ ବଡ଼ ଜବରଦଖଲ ଉଚ୍ଛେଦ। ପ୍ରାୟ ୬୮ ଏକର ଜମିରୁ ଚାଲିଛି ଜବରଦଖଲ ଉଚ୍ଛେଦ।କମିଶନରେଟ ପୋଲିସ ପକ୍ଷରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ।BDA ର ୧୫୦ଜଣିଆ ଟିମ୍ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ।ତେବେ ସବୁଠୁ ବଡ଼ କଥା ହେଉଛି କି, ଏହି ଉଚ୍ଛେଦ ସମୟରେ ଏକ ଘରୁ ଏକାଧିକ ସିଲିଣ୍ଡର ଜବତ ହୋଇଛି । ତେବେ କିଏ ଓ କାହିଁକି ଏତେ ପରିମାଣର ସିଲିଣ୍ଡର ରଖିଥିଲା । ତାକୁ ନେଇ ଛାନ୍ଭିନ୍ ଆରମ୍ଭ ହୋଇଛି ।
ଶୁକ୍ରବାର ଦିନ ଭୁବନେଶ୍ୱର ଉପକଣ୍ଠ ଶ୍ୟାମପୁରରେ ଚାଲିଥିଲା ଉଚ୍ଛେଦ । ସରକାରୀ ଜମିରେ ଜବରଦଖଲ କରି ରହିଥିବା ଲୋକମାନଙ୍କୁ ଉଚ୍ଛେଦ କରାଯାଉଥିଲା । ବିଡିଏ ପକ୍ଷରୁ ଚାଲିଥିବା ଏହି ଉଚ୍ଛେଦ କାମରେ ବୁଲ୍ଡୋଜର ନିୟୋଜିତ କରାଯାଇଥିଲା । ଏହି ଉଚ୍ଛେଦକୁ ଅନେକ ଲୋକ ବିରୋଧ କରୁଥିଲେ । ଏପିରିକି କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା । ଶେଷରେ ବିଡିଏ ପକ୍ଷରୁ ଅଧିକ ପୋଲିସ ଫୋର୍ସ ନିୟୋଜିତ କରାଯାଇଥିଲା ଏବଂ ଆରମ୍ଭ ହୋଇଥିଲା ଉଚ୍ଛେଦ ପ୍ରକ୍ରିୟା । ତେବେ ଏହି ଉଚ୍ଛେଦ ସମୟରେ ବିଡିଏ ଅଧିକାରୀଙ୍କୁ ଜଣଙ୍କ ଘରୁ ଅନେକ ଗ୍ୟାସ୍ ସିଲିଣ୍ଡର ମିଳିଛି ।