ଓଡ଼ିଆ ନ୍ୟୁଜ୍: ଓଡ଼ିଶା ନାଗରିକ ମଞ୍ଚ ଏକ ଏକ୍ସପେରିମେଣ୍ଟ କହିଲେ ବିଜୟ ମହାପାତ୍ର।ଓଡ଼ିଶା ନାଗରିକ ମଞ୍ଚ ଓଡ଼ିଶାବାସୀଙ୍କ ପାଇଁ ସ୍ବର ଉଠାଇବ।ବିଜୁ ବାବୁଙ୍କୁ ଆମେ ଯେତିକି ସମ୍ମାନ ଦେବା କଥା ଦେଇ ପାରିଲେନି।ତାଙ୍କର ଆଦର୍ଶ, ଲକ୍ଷ୍ୟ ଆମେ ଧରିକି ରଖି ପାରିଲୁ ନାହିଁ। ବିଜୁଙ୍କ ବିୟୋଗରେ ସବୁ ଜାତୀୟ ସ୍ତରର ନେତା ସ୍ବର୍ଗଦ୍ବାର ଆସିଥିଲେ।ଏଭଳି ନେତାଙ୍କୁ ଆମେ ଯେତିକି ସମ୍ମାନ ଦେବା କଥା ଦେଇ ପାରିଲୁନି।
ଭୁବନେଶ୍ବର ଓୟୁଏଟି ଅଡିଟୋରିୟମରେ ବିଶାଳ ସମାବେଶରେ ଏକତ୍ର ହୋଇଛନ୍ତି ବହୁ ବିଜୁ ଲିଗାସୀ ନେତା । ଶ୍ରଦ୍ଧାଞ୍ଜଳି ସଭାରେ ଅନେକ ବରିଷ୍ଠ ନେତାଙ୍କ ମେଳି । ସଭାର ପ୍ରତିନିଧିତ୍ୱ କରିଥିଲେ ବରିଷ୍ଠ ନେତା ବିଜୟ ମହାପାତ୍ର, ସାଂସଦ ଦିଲ୍ଲୀପ ରାୟଙ୍କ ସହ ସୌମ୍ୟରଞ୍ଜନ ପଟ୍ଟନାୟକ । ଅନ୍ୟତମ ମଂଚାସୀନ ଅତିଥି ଭାବେ ଅମର ଶତପଥୀ, ପ୍ରଭାତ ତ୍ରିପାଠୀ, ରବି ପାଣି, ନିରଞ୍ଜନ ପଟ୍ଟନାୟକ, ଏନ୍ ଭାସ୍କର ରାଓ, ଲାଲ ବିହାରୀ ହିମରିକା ପ୍ରମୁଖ ଉପସ୍ଥିତ ଥିଲେ । ଏହାସହିତ ବରିଷ୍ଠ ସାହିତ୍ୟିକ, ପ୍ରଶାସକ, ସାମ୍ବାଦିକ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର, ରମାକାନ୍ତ ଭୋଇ ମଧ୍ୟ ସଭାରେ ଉପସ୍ଥିତ ଥିଲେ ।
ସେପଟେ ଓଡ଼ିଶା ନାଗରିକ ମଞ୍ଚରେ ବିଜୟ ମହାପାତ୍ରଙ୍କ ଟାର୍ଗେଟ୍। ବିଜୁ-ନବୀନ ଇନ୍ସପିରେସନାଲ ଫାଉଣ୍ଡେସନକୁ ନେଇ ଟାର୍ଗେଟ୍।ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲେ ବିଜୟ ମହାପାତ୍ର।କିଛି ଅଣଓଡ଼ିଆ ଟ୍ରଷ୍ଟ କରି ବିଜୁ ବାବୁଙ୍କ ଘରକୁ ନେଇଯିବେ। ଆମେ ଓଡ଼ିଆ ଏହାକୁ କିପରି ସହିବୁ ପ୍ରଶ୍ନ କଲେ ବିଜୟ।