ଦ୍ୱିତୀୟ ଦିନରେ ଚାଲିଛି ଉଛେଦ

0

ଓଡ଼ିଆ ନ୍ୟୁଜ୍: ଦ୍ୱିତୀୟ ଦିନରେ ଚାଲିଛି ଭରତପୁର ଉଛେଦ।ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ । ଗତକାଲି ଶହ ଶହ ଘର ଭଙ୍ଗାଯାଇଥିଲା । ଉଚ୍ଛେଦ ବେଳେ ପୋଲିସକୁ ବିରୋଧ କରିଥିଲେ ଜବରଦଖଲକାରୀ । ସମୁଦାୟ ୬୮ ଏକର ଜମିରେ ଜବର ଦଖଲ ଗଢ଼ି ଉଠିଥିବାବେଳେ ଆଜି ୧୫ ଏକର ଜମି ଉପରୁ ଜବରଦଖଲ ଉଚ୍ଛେଦ କରାଯାଉଛି। ସମ୍ପୂର୍ଣ୍ଣ ଉଛେଦ ପରେ ବିଡ଼ିଏ ଓ ଅନ୍ୟ ସରକାରୀ ସ୍କିମ ଗୁଡ଼ିକ ପାଇଁ ଜମି ବ୍ୟବହାର କରିବେ ସରକାର । ଆସନ୍ତା କାଲି ମଧ୍ୟ ଉଚ୍ଛେଦ ଜାରି ରହିବ ।

ସୂଚନା ଅନୁସାରେ ଗତକାଲି ବି ଭୁବନେଶ୍ୱର ଉପକଣ୍ଠ ଶ୍ୟାମପୁରରେ ଚାଲିଥିଲା ଉଚ୍ଛେଦ । ସରକାରୀ ଜମିରେ ଜବରଦଖଲ କରି ରହିଥିବା ଲୋକମାନଙ୍କୁ ଉଚ୍ଛେଦ କରାଯାଉଥିଲା । ବିଡିଏ ପକ୍ଷରୁ ଚାଲିଥିବା ଏହି ଉଚ୍ଛେଦ କାମରେ ବୁଲ୍‌ଡୋଜର ନିୟୋଜିତ କରାଯାଇଥିଲା । ଏହି ଉଚ୍ଛେଦକୁ ଅନେକ ଲୋକ ବିରୋଧ କରୁଥିଲେ । ଏପିରିକି କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା

Leave A Reply

Your email address will not be published.