ନବରଙ୍ଗପୁରରେ ୨୦ରୁ ସ୍କୁଲ, କଲେଜ ଛୁଟି ଘୋଷଣା

0

ଓଡ଼ିଆ ନ୍ୟୁଜ୍: ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ୨୦ରୁ ସମସ୍ତ ସ୍କୁଲ, କଲେଜ ଛୁଟି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିଷ୍ପତ୍ତି। ଅଙ୍ଗନବାଡ଼ି କେନ୍ଦ୍ର ଓ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ଘୋଷଣା।କିନ୍ତୁ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଗୁଡ଼ିକ ଜାରି ରଖିବାକୁ ନିଷ୍ପତ୍ତି।ପୂର୍ବରୁ ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ମଧ୍ୟ ସ୍କୁଲ, କଲେଜ ଛୁଟି ଘୋଷଣା ହୋଇଥିଲା । ବଲାଙ୍ଗୀର ଜିଲ୍ଲାରେ ଆଜିଠୁ ୨୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା ହୋଇଛି । ପ୍ରଚଣ୍ଡ ଖରାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।

ଗ୍ରୀଷ୍ମ ସ୍ଥିତିକୁ ଦେଖି ପରବର୍ତ୍ତୀ ଛୁଟି ନିଷ୍ପତ୍ତି ନିଆଯିବ। ସେହିପରି ସୁବର୍ଣ୍ଣପୁରରେ ୨୨ ଯାଏ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ଛୁଟି । ପ୍ରବଳ ଖରା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏନେଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଘୋଷଣା କରିଛନ୍ତି । ସେହିପରି କଳାହାଣ୍ଡିରେ ୨୧ ତାରିଖ ଓ ବୌଦ୍ଧ ଜିଲ୍ଲାରେ ୨୨ ଯାଏଁ ସ୍କୁଲ ଛୁଟି ଘୋଷଣା ହୋଇଛି ।

Leave A Reply

Your email address will not be published.