ଓଡ଼ିଆ ନ୍ୟୁଜ୍: ପୁତୁରାର ଠେଙ୍ଗାମାଡ଼ରେ ଖୁଡ଼ିର ମୃତ୍ୟୁ। ଘଟଗାଁ ଥାନା ରୁଢ଼ିଆପଡ଼ା ଗାଁରେ ହତ୍ୟାକାଣ୍ଡ।ଘରୋଇ କଳିରୁ ହତ୍ୟା, ଅଭିଯୁକ୍ତ ପୁତୁରା ଅଟକ। ଖବର ଅନୁଯାୟୀ, ଶୁକ୍ରବାର ରାତିରେ ବିଦ୍ୟାଧର ମଦ ନିଶାରେ ଘରକୁ ଆସି ଖୁଡ଼ିଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା କରିଥିଲେ । ଦେଖୁ ଦେଖୁ ବିବାଦ ବଢିବାରେ ଲାଗିଥିଲା । ଯେଉଁଥିରେ ପୁତୁରା ରାଗି ଯାଇ ଏକ ଠେଙ୍ଗାରେ ଖୁଡ଼ି କୌଶଲ୍ୟାଙ୍କୁ ନିର୍ଘାତ ପିଟି ଥିଲା ।
ଯାହାଫଳରେ ଖୁଡ଼ି କୌଶଲ୍ୟା ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର କୌଶଲ୍ୟାଙ୍କୁ ମୃତ ଘୋଷଣା କରିଥିଲେ ।ଅନ୍ୟପଟେ ଘଟଗାଁ ପୋଲିସ ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲା । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି ।