ଓଡ଼ିଆ ନ୍ୟୁଜ୍: ଖଇରିଆରୁ ଧଳା ପୋଷାକ ପରିଧାନ କରି ବର୍ଷିଲେ ପ୍ରଭାତ ବିଶ୍ବାଳ।ଷଡ଼ଯନ୍ତ୍ରରେ ସାମିଲ୍ ନେତାଙ୍କୁ ପ୍ରଭୁ ଦଣ୍ଡ ଦେଇଛନ୍ତି କହିଲେ।‘ଯେଉଁମାନେ ଅପୂରଣୀୟ କ୍ଷତି କରିଛନ୍ତି ସେମାନଙ୍କ କଥା ପ୍ରଭୁ ବୁଝିଛନ୍ତି’।ପ୍ରେସ୍ କନ୍ଫରେନ୍ସରେ ବବି ଦାସଙ୍କୁ ଖୋଲା ଟାର୍ଗେଟ୍ କଲେ ପ୍ରଭାତ।‘ଯେଉଁଠି କ୍ଷମତା ଥାଏ ସେଠି ବବି, ପ୍ରଭାତ ବିଶ୍ଵାଳ ନୁହେଁ’।‘ବହୁବାର ସେ ମୋ ଘରକୁ ଆସିଛନ୍ତି, ଏବେ କହୁଛନ୍ତି ପାଗଳ’।ସିବିଆଇ କେସ୍ ଆଳ ଦେଖାଇ ମୋ ପୁଅକୁ କହିଲେ ପ୍ରାର୍ଥୀ ହେବାକୁ।
ଅହଂକାରରେ ବୁଡ଼ି ସମ୍ପତ୍ତି ବଢ଼ାଇଛନ୍ତି, MLAଙ୍କୁ ଆସୁଥିବା ପାର୍ଟି ପଇସା ନେଇଯାନ୍ତି। ୩ କୋଟି, ୪ କୋଟି, ୫ କୋଟି ଟଙ୍କାର ଗାଡ଼ି କେମିତି କଲେ ବବି ବାବୁ।‘ଅତନୁ ବାବୁ ଅସହିଷ୍ଣୁ ହୋଇ ପ୍ୟାରୀ ବାବୁଙ୍କ ମୁଣ୍ଡରେ … ପୂରେଇ ଥିଲେ ଯେ ଆପଣ ସବୁ ହୋଇପାରିବେ ବୋଲି କହିଛନ୍ତି ପ୍ରଭାତ ବିଶ୍ବାଳ।କେଉଁ ଦଳକୁ ଯିବି, ମୋ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବି।