ଝାଲ୍‌ମୁଢି କିଣି ଖାଇଲେ ପ୍ରଧାନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗର ଝାରଗ୍ରାମରେ ଝାଲ୍‌ମୁଢି କିଣି ଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ପରେ ଏସପିଜିର କଡ଼ା ସୁରକ୍ଷା ଭାଙ୍ଗି ପ୍ରୋଟକଲ ବାହାରକୁ ବାହାରି ପ୍ରଧାନମନ୍ତ୍ରୀ ଅଚାନକ ସଡ଼କ କଡ଼ରେ ଥିବା ଏକ ଝାଲମୁଢ଼ି ଦୋକାନରେ ଅଟକି ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଝାଲମୁଢ଼ି ବେଶ୍ ପସନ୍ଦ ଏଣୁ ସେ ମୁଢ଼ି ପ୍ରସ୍ତୁତକର୍ତ୍ତାଙ୍କୁ ତୁରନ୍ତ ତାଙ୍କ ପାଇଁ ଝାଲମୁଢ଼ି ତିଆରି କରିବାକୁ କହିଥିଲେ ଓ ନିଜେ ମୁଢ଼ିର ସ୍ୱାଦ ନେବା ସହ ତାଙ୍କ ନିକଟରେ ଥିବା ପିଲା ଓ ମହିଳାଙ୍କୁ ମଧ୍ୟ ବାଣ୍ଟିଥିଲେ।

ଏହି ସମୟରେ ପ୍ରଧାନମନ୍ତ୍ରୀ ରାସ୍ତାକଡ଼ରେ ତାଙ୍କ ସହ ଥିବା ଲୋକଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଥିଲେ। ପ୍ରଧାନମନ୍ତ୍ରୀ ଅଚାନକ ଅଟକି ଯିବା ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ମୁତୟନ କର୍ମୀଙ୍କୁ ଆଚମ୍ବିତ କରିଥିଲା। ତେବେ ପ୍ରଧାନମନ୍ତ୍ରୀ ଲୋକଙ୍କ ଗହଣକୁ ଆସିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶିହରଣ ଖେଳାଇ ଦେଇଥିଲା। ଲୋକେ ପ୍ରଧାନମନ୍ତ୍ରୀଙ୍କୁ ନିଜ ଗହଣରେ ପାଇ ବେଶ୍ ଉତ୍ସାହିତ ହୋଇ ଉଠିଥିଲେ। ପ୍ରଧାନମନ୍ତ୍ରୀ ଲୋକଙ୍କ ପାଖକୁ ପହଞ୍ଚି ସେମାନଙ୍କ ସହ ଦୁଃଖସୁଖ ହେବା ଲୋକଙ୍କୁ ବେଶ୍ ଆନନ୍ଦିତ କରିଛି।

Leave A Reply

Your email address will not be published.