ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ୨୩ ଜଣଙ୍କର ମୃତ୍ୟୁ

0

ଓଡ଼ିଆ ନ୍ୟୁଜ୍: ତାମିଲନାଡୁରେ ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୨୩ ଜଣଙ୍କ ମୃତ୍ୟୁ, ୪ ଜଣ ଗୁରୁତର ସୂଚନା । ବିରୁଧୁନଗର ନିକଟସ୍ଥ କଟ୍ଟାନାରପଟ୍ଟିଠାରେ ଥିବା ଫ୍ୟାକ୍ଟ୍ରିରେ ଘଟିଛି ଏହି ବିସ୍ଫୋରଣ। ବିସ୍ଫୋରଣ ଯୋଗୁ ଫ୍ୟାକ୍ଟ୍ରି ପରିସରରେ ଥିବା ଥିବା କେତେକ ବିଲ୍ଡିଂ ଛପର ଉଡିଯାଇଛି । ଆଜି ଅପରାହ୍ଣରେ ଘଟିଛି ଏହି ବିସ୍ଫୋରଣ । ବିସ୍ଫୋରଣ ବେଳେ ଶ୍ରମିକ ମାନେ ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଥିଲେ ।

ଫ୍ୟାନ୍ସି ବାଣ ଚେନ୍ ପ୍ରସ୍ତୁତିରେ ଲାଗିପଡିଥିଲେ ଶ୍ରମିକ । କେହି କିଛି ବୁଝିବା ପୂର୍ବରୁ ହଠାତ ବିସ୍ଫୋରଣ ହୋଇଥିଲା । ଫ୍ୟାକ୍ଟ୍ରି ପରିସରରେ ଚାରିଆଡକୁ ବ୍ୟାପିଯାଇଥିଲା ନିଆଁ ଓ କଳା ଧୂଆଁ । ବିସ୍ଫୋରଣ ସମୟରେ ପ୍ରାୟ ୩୦ ଜଣ ଶ୍ରମିକ ଥିବା ସୂଚନା ରହିଛି । ତେବେ ବିସ୍ଫୋରଣ କେଉଁ ପରିସ୍ଥିତିରେ ଓ କେମିତି ହେଲା ସେନେଇ ପ୍ରକୃତ କାରଣ ସ୍ପଷ୍ଟ ହୋଇନି ।

ଅଘଟଣ ପରେ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତ ଓ ଗୁରୁତରଙ୍କୁ ବିରୁଧୁନଗର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ସହ ତଦାରଖ ଲାଗି ଦୁଇ ଜଣ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ । ଏଥିସହ ଆବଶ୍ୟକ ସହାୟତା କରିବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଗୁରୁତରଙ୍କୁ ଆଶୁଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.