ଓଡ଼ିଆ ନ୍ୟୁଜ୍: ସୀମା ଟପିଲା ପ୍ରଧାନଶିକ୍ଷକଙ୍କ ନିର୍ଯାତନା ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇଦେଲେ ହେଡ୍ ସାର। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆ ପାଣି କ୍ଲଷ୍ଟରରେ ସାରୁଆବିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏଭଳି ଘଟଣାକୁ ନେଇ ଚାଞ୍ଚଲ୍ୟ। ଗତ ୧୮ ତାରିଖରେ ବିଦ୍ୟାଳୟରେ ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ଦେବାରୁ ପିଲାମାନେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ।
ଏହି ଘଟଣା ବାବଦରେ ଜାଣିବା ପରେ ଆରମ୍ଭ ହୋଇଥିଲା ହାଇଡ୍ରାମା । ଅଭିଭାବକମାନେ ସ୍କୁଲକୁ ଆସି ପ୍ରଧାନ ଶିକ୍ଷକଙ୍କୁ ପଚାରିବା ସହ ହୋହଲ୍ଲା କରିଥିଲେ । ସ୍କୁଲରେ ପ୍ରତିବାଦ କରିବା ସହିତ କାଳିଆପାଣି ଥାନାରେ ଅଭିଯୋଗ କରିଥିଲେ। ସେପଟେ ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ କରି ଶିକ୍ଷକଙ୍କୁ ନିଲମ୍ବନ କରିଥିବା ଜଣାପଡିଛି।
ପରେ ସେମାନଙ୍କ ଦ୍ୱାରା କାଳିଆପାଣି ଥାନାରେ ଶିକ୍ଷକଙ୍କ ନାଁରେ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା । ଯେଉଁଥିରେ ସ୍ଥାନୀୟ ସରପଞ୍ଚ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ କର୍ମକର୍ତ୍ତା ମାନେ ହସ୍ତକ୍ଷେପ କରିଥିଲେ। ଶିକ୍ଷକ ନିଜ ଦୋଷ ସ୍ୱୀକାର କରି ଏଭଳି ଘଟଣାର ପୁନରାବୃତ୍ତି ନକରିବାକୁ ଲିଖିତ ପ୍ରତିଶୃତି ଦେବା ପରେ ଭୁଲ ମାଗିଥିଲେ । ପରେ ମାମଲାର ଆପୋଷ ସାମାଧାନ ହୋଇଥିଲା।ଶେଷରେ ତଦନ୍ତ କରି ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ସୁକିନ୍ଦା ବିଇଓ ।