ଓଡ଼ିଆ ନ୍ୟୁଜ୍: ସହରାଞ୍ଚଳରେ ସୁବିଧାରେ ଫ୍ଲାଟ୍ ଦେବେ ରାଜ୍ୟ ସରକାର। ମହାରାଷ୍ଟ୍ର ଢାଞ୍ଚାରେ ପିପିପି ମୋଡ୍ରେ ହେବ ପ୍ରକଳ୍ପ।ଏନେଇ ଖୁବଶୀଘ୍ର ମୋଡାଲିଟି ପ୍ରସ୍ତୁତ ହେବ କହିଲେ ରାଜସ୍ବ ମନ୍ତ୍ରୀ। ମହାରାଷ୍ଟ୍ର ମଡେଲରେ ପିପିପି ମୋଡ୍ରେ ଫ୍ଲାଟ୍ ନିର୍ମାଣ କରି ଦିଆଯିବ।ଅନ୍ୟ ରାଜ୍ୟ ମଡେଲ ବାବଦରେବି ଅଧ୍ୟୟନ କରାଯାଉଛି। ସେହିଭଳି ଉଦ୍ୟୋଗୀଙ୍କୁ ସହରାଞ୍ଚଳରେ ଜମି ଦିଆଯିବ। କିଛି ଜମି ନିଜେ ବ୍ୟବହାର କରିବେ, କିଛି ଜମିରେ ଲୋକଙ୍କ ପାଇଁ ଫ୍ଲାଟ କରିବେ।
ସହରାଞ୍ଚଳରେ ସୁବିଧାରେ ଫ୍ଲାଟ ଯୋଗାଇ ଦେବେ ସରକାର । ମହାରାଷ୍ଟ୍ର ଢାଞ୍ଚାରେ ପିପିପି ମୋଡ଼ରେ ହେବ ପ୍ରକଳ୍ପ । ଏନେଇ ନୂଆ ମୋଡାଲିଟି ପ୍ରସ୍ତୁତ କରୁଛି ନଗର ଉନ୍ନୟନ ଏବଂ ରାଜସ୍ବ ବିଭାଗ । ମହାରାଷ୍ଟ୍ର ମଡେଲରେ ପିପିପି ମୋଡ଼ରେ ଫ୍ଲାଟ ବନେଇକି ଦେବେ ସରକାର । ଅନ୍ୟ ରାଜ୍ୟ ମଡେଲ ବାବଦରେ ବି ଅଧ୍ୟୟନ କରାଯାଉଛି ।