ଓଡ଼ିଆ ନ୍ୟୁଜ୍: ଜନ ଗଣନା ବେଳେ ଅଧିକାରୀ ଙ୍କ ସମସ୍ୟା କୁ ନେଇ ରାଜସ୍ବ ସଚିବ ଓ ଜନ ଗଣନା ଅଧିକାରୀ ଙ୍କ ସହ ରାଜସ୍ବ ମନ୍ତ୍ରୀ ଙ୍କ ବୈଠକ। ଗ୍ରୀଷ୍ମ ପ୍ରବାହ କୁ ନଜର ରେ ରଖି 11 ଟାରୁ 3 ଟା ଜନ ଗଣନା କରିବେନି ଅଧିକାରୀ।ଯେଉଁମାନେ ଏହି କାମରେ ନିୟୋଜିତ ହୋଇଛନ୍ତି ସେମାନଙ୍କ ପ୍ରାଥମିକ ଆବଶ୍ୟକତା ମନିଟରିଙ୍ଗ କରିବେ ଜିଲ୍ଲପାଳ।
ଜନ ଗଣନା ଅଧିକାରୀ ଙ୍କ ସୁରକ୍ଷା ପାଇଁ ଗୃହ ବିଭାଗ ସହ ଆଲୋଚନା ହୋଇଛି ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ।ଅପରାଧୀ ଓ ଗ୍ରୀଷ୍ମ ପ୍ରବାହ ଠାରୁ ସୁରକ୍ଷା ପାଇଁ ଜିଲ୍ଲପାଳ ଙ୍କୁ ନିର୍ଦ୍ଧେଶ।ଯେଉଁ ଶିକ୍ଷକ ଏହି କାମ ରେ ନିୟୋଜିତ ଅଛନ୍ତି ସ୍କୁଲ ରେ ଶିକ୍ଷା ଦାନ ଓ ମିଡ଼ ମିଲ ପ୍ରଭାବିତ ହେବ ନାହିଁ ଧ୍ୟାନ ଦେବେ।ଏହି କାର୍ଯ୍ୟରେ 312 ଜଣ ଚାର୍ଜ ଅଫିସ ସହ ଏକ ଲକ୍ଷ ଅଧିକାରୀ ଜନ ଗଣନା ରେ ନିୟୋଜିତ ଅଛନ୍ତି | ଅଧିକାଂଶ ଶିକ୍ଷକ ନିୟୋଜିତ ଅଛନ୍ତି। ଯେଉଁ ବ୍ୟକ୍ତି ଜନ ଗଣନା କାର୍ଯ୍ୟରେ ଦେହାନ୍ତ ଖବର ଆସୁଛି ଘର ଲୋକ ପୋଷ୍ଟ ମଟମ କରିନାହାନ୍ତି | ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ରିପୋର୍ଟ ମାଗିଛୁ।