ଜନଗଣନା କର୍ମଚାରୀଙ୍କୁ ମାଡ଼

0

ଓଡ଼ିଆ ନ୍ୟୁଜ୍: କାମାକ୍ଷାନଗର ମହିମାନଗରରେ ୪ ଜନଗଣନା କର୍ମଚାରୀଙ୍କୁ ମାଡ ଅଭିଯୋଗ। ଗାଳିଗୁଲଜ କରିବା ସହ ଗାଡ଼ି ମଧ୍ୟ ଭାଙ୍ଗିଲେ ଜନୈକ ବ୍ୟକ୍ତି। ଜନୈକ ବ୍ୟକ୍ତି ଓ ତାଙ୍କର ୨ ପୁଅ ମାଡ଼ ମାରିଥିବା ଅଭିଯୋଗ।ଘଟଣାସ୍ଥଳରେ କାମାକ୍ଷାନଗର ଉପଜିଲ୍ଲାପାଳ, ତହସିଲଦାର ଓ SDPO।ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁରହିଥିବା ବେଳେ କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥିବା କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ । ଆକ୍ରମଣରେ ୪ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ଜଣ ମହିଳା କର୍ମଚାରୀ ଅଛିନ୍ତି। ସେମାନଙ୍କ ମୁହଁରେ ଗଭୀର ଆଘାତ ଲାଗିଛି । କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଆଟାକ ହୋଇଛି ।

କର୍ମଚାରୀଙ୍କୁ ମାଡ଼ ମାରିବା ସହ ଜନଗଣନା କରୁଥିବା ଦିଦିଙ୍କ ଗାଡି ଭାଙ୍ଗି ଦେଇଛନ୍ତି ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ଦୁଇ ପୁଅ l ଏହା ସହ ପଥର ଧରି ମାରିବାକୁ ଗୋଡାଇଥିବା ଅଭିଯୋଗ ହୋଇଛି । ଖବର ପାଇ କାମାକ୍ଷାନଗର ଉପଜିଲ୍ଲାପାଳ, ତହସିଲଦାର, ଏସଡିପିଓ ଓ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୋଲିସ ଆକ୍ରମଣକାରୀଙ୍କୁ ଅଟକ ରଖି ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.