ତତଲା କଡେଇରେ ସିଝୁଛି ଓଡିଶା

0

ଓଡ଼ିଆ ନ୍ୟୁଜ୍: ପ୍ରବଳ ଖରାରେ ଜଳୁଛି ଓଡ଼ିଶା। ଆଜି ୧୧ଟା ୩୦ ସୁଦ୍ଧା ଝାରସୁଗୁଡା ତାପମାତ୍ରା ୪୧.୪ ଡିଗ୍ରୀ। ସମ୍ବଲପୁରରେ ୩୮.୬ ଡିଗ୍ରୀ, ହୀରାକୁଦ ୩୮.୪ ଡିଗ୍ରୀ। କେନ୍ଦୁଝରରେ୩୮.୪ ଡିଗ୍ରୀ, ରାଉରକେଲା ୩୭.୬ ଡିଗ୍ରୀ। ବାଲେଶ୍ବରରେ ୩୭.୬ ଡିଗ୍ରୀ, ଭୁବନେଶ୍ବରରେ ୩୬.୫ ଡିଗ୍ରୀ। ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ରେକର୍ଡ।ଆସନ୍ତାକାଲି ମଧ୍ୟ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏହି ସମୟ ମଧ୍ୟରେ ଟିଟିଲାଗଡ଼, ବଲାଙ୍ଗିର ଓ ଝାରସୁଗୁଡ଼ାରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ଆକଳନ କରିଛି ପାଣିପାଗ ବିଭାଗ। ଆଜି ୪୧ ଡିଗ୍ରୀ ଛୁଇଁଲା ରାଜଧାନୀ ଭୁବନେଶ୍ବର ତାପମାତ୍ରା । ଅପରାହ୍ ଣ ୨ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହିତ କେତେକ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି।

ଖରା ଗରମକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ରେ ୨୭ ଯାଏ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସେହିପରି ସମ୍ବଲପୁର ଜିଲ୍ଲାରେ ସ୍କୁଲ୍‌ ଛୁଟି ଅବଧିକୁ ବୃଦ୍ଧି କରାଯାଇଛି । ୨୪ ପର୍ଯ୍ୟନ୍ତ ଛୁଟି ବୃଦ୍ଧି ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ପୂର୍ବରୁ ୨୦ ଏପ୍ରିଲ୍ ରୁ ୨୨ ଏପ୍ରିଲ୍ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.