ଓଡ଼ିଆ ନ୍ୟୁଜ୍: ହର୍ମୁଜ ପ୍ରଣାଳୀରେ ଭାରତ ଅଭିମୁଖେ ଆସୁଥିବା ଜାହାଜ ଉପରକୁ ଇରାନ୍ ନୌସେନାର ଗୁଳିମାଡ଼। ଦୁବାଇରୁ ଗୁଜରାଟର ମୁନ୍ଦ୍ରା ବନ୍ଦର ଆସୁଥିବା ବେଳେ ଜାହାଜକୁ କବ୍ଜା କଲା IRGC। କେବଳ ଗୋଟିଏ ନୁହେଁ, ମୋଟ୍ ୩ଟି ମାଲବାହୀ ଜାହାଜ ଉପରକୁ ଇରାନ୍ କରିଛି ଅତର୍କିତ ଆକ୍ରମଣ।ଖବର ମୁତାବକ, ଇରାନ ଜବତ କରିଥିବା ଜାହାଜ MSC Francesca ଏବଂ Epaminodes ବୋଲି ଜଣାପଡିଛି । Epaminodes ଜାହାଜଟି ଗୁଜରାଟର ମୁନ୍ଦ୍ରା ଆସୁଥିବା ଗୁଳିମାଡ଼ ହୋଇଛି । ଗୁଳିମାଡ଼ କରିବା ପରେ ଜାହାଜକୁ କବଜା କରିନେଇଛି IRGC । ଫଳରେ ଭାରତର ଚିନ୍ତା ବଢିଛି ।
ଇରାନ ନୌସେନା ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି କି, MSC Francesca ଏବଂ Epaminodes ବିନା ଅନୁମତିରେ ଅପରେଟ ହେଉଥିଲା । ଏମାନେ ନେଭିଗେସନ ସିଷ୍ଟମକୁ ହେରଫେର କରିଛନ୍ତି । ଫଳରେ ସମୁଦ୍ର ସୁରକ୍ଷାକୁ ବିପଦ ଦେଖାଦେଇଛି । ଏହାକୁ IRGC ନୌସେନା ଜବତ କରି ଇରାନ ତଟକୁ ନେଇଯାଇଛି । ଏହି ଦୁଇଟି ଜାହାଜ ଏବେ ଇରାନ କ୍ଷେତ୍ରରେ ରହିଛି । ଜାହାଜର ଜିନିଷ, ଡକ୍ୟୁମେଣ୍ଟସ ଏବଂ ସମ୍ବନ୍ଧୀୟ ରେକର୍ଡ ଯାଞ୍ଚ କରାଯାଉଛି ।