ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ଝାରସୁଗୁଡା ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସେକ୍ସନ ଅଫିସର ଅନିତ କୁମାର ଗୁରୁ l ୨୫ ଶହ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି ଅନିତ କୁମାର ଗୁରୁ l ଏହି ମାମଲାରେ ରାଉରକେଲା ଭିଜିଲାନ୍ସ ଥାନାରେ ଏକ ମାମଲା ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି l
୨୦୨୬-୨୭ ଶିକ୍ଷାବର୍ଷ ପାଇଁ GNM ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ PHC ଏବଂ CHC ସ୍ତରରେ ପ୍ରାକ୍ଟିକାଲ ଟ୍ରେନିଂ ପାଇଁ ଅନୁମତି ଦେବା ନିମନ୍ତେ ଆବେଦନ ପ୍ରକ୍ରିୟା ଜାରି ରହିଥିଲା। ଏହି କାର୍ଯ୍ୟ ପାଇଁ ଅନିତ କୁମାର ଗୁରୁ ଜଣେ ନର୍ସିଂ ସ୍କୁଲ ଶିକ୍ଷକଙ୍କୁ ଦୀର୍ଘ ଦିନ ଧରି ହଇରାଣ କରିବା ସହ ୨,୫୦୦ ଟଙ୍କା ଲାଞ୍ଚ ଦାବି କରିଆସୁଥିଲେ। ପୂର୍ବରୁ ମଧ୍ୟ ଜିଲ୍ଲାର ଅନ୍ୟ ନର୍ସିଂ ସ୍କୁଲଗୁଡ଼ିକୁ ସମାନ ଢଙ୍ଗରେ ହଇରାଣ କରୁଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।