ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ ଅମିତ ଶାହଙ୍କ ପ୍ରେସମିଟ୍। ରେକର୍ଡ ଭୋଟିଂ ପାଇଁ ମତଦାତାଙ୍କୁ ଅଭିନନ୍ଦନ ଜଣାଇଲେ ଶାହ। ପଶ୍ଚିମବଙ୍ଗରେ ହଟିବେ ଦିଦି, ଆସିବ ବିଜେପି- ଶାହ। ୧୧୦ ସିଟ୍ରେ ବିଜେପି ବିଜୟ ହାସଲ କରିବା ନେଇ ଶାହଙ୍କ ଦୃଢୋକ୍ତି। ବିପୁଳ ମାତ୍ରାରେ ଭୋଟିଂ ଦର୍ଶାଉଛି ଯେ ବେଙ୍ଗଲବାସୀ ପରିବର୍ତ୍ତନ ଚାହୁଁଛନ୍ତି।ପଶ୍ଚିମବଙ୍ଗରେ ବିଜେପିର ଜଣେ ବେଙ୍ଗଲୀ ନେତା ମୁଖ୍ୟମନ୍ତ୍ରୀ ହେବେ।’ଅଙ୍ଗ-ବଙ୍ଗ- କଳିଙ୍ଗରେ ବିଜେପି ସରକାର ଲୋକଙ୍କ ସେବା କରିବ’। ସରକାର ଆସିଲେ ଅନୁପ୍ରେବଶକାରୀଙ୍କୁ ରୋକିବା ଦିଗରେ କଡ଼ା ଆଭିମୁଖ୍ୟ ନିଆଯିବ। ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ବିପୁଳ ଭୋଟିଂ କରିବାକୁ ଶାହଙ୍କ ଅନୁରୋଧ।
ଶାହ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ବିଜେପିକୁ ପ୍ରଚଣ୍ଡ ବହୁମତ ମିଳିବାକୁ ଯାଉଛି । ଅଙ୍ଗ, ବଙ୍ଗ ଏବଂ କଳିଙ୍ଗରେ ବିଜେପି ସରକାର ଗଠନ କରିବ । ମତଦାନର ପ୍ରତିଶତ ଜନତାଙ୍କ ଲୋକତନ୍ତ୍ର ପ୍ରତି ଭରସାକୁ ଦର୍ଶାଉଛି । ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଏତେ ମାତ୍ରାରେ ଭୋଟ୍ ଦେବାକୁ ସେ ଜନତାଙ୍କୁ ଅପିଲ କରିଛନ୍ତି । ଆହୁରି ମଧ୍ୟ କେନ୍ଦ୍ରମନ୍ତ୍ରୀ ନିର୍ବାଚନ ଆୟୋଗ, ପୋଲିସ ଏବଂ ମତଦାନ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ସେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଏବେ ଭୟରୁ ଭରସାର ଯାତ୍ରା ଜାରି ରହିଛି । ଲୋକେ ନିର୍ଭୟରେ ମତଦାନ କରିଛନ୍ତି । ରାଜ୍ୟବାସୀ ପ୍ରଥମ ପର୍ଯ୍ୟାୟରେ ହିଁ ଭବିଷ୍ୟତ ନିର୍ଧାରଣ କରିସାରିଛନ୍ତି । ବିଜେପି ଏଠାରେ ସରକାର ଗଠନ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ୧୫୨ ଆସନରେ ମତଦାନ ହୋଇଥିଲା । ଏହାମଧ୍ୟରୁ ବିଜେପି ୧୧୦ସିଟରେ ଜିତୁଛି ।