ଭାରତ ନ୍ୟୁଜିଲାଣ୍ଡ FTA ସ୍ବାକ୍ଷରିତ

0

ଓଡ଼ିଆ ନ୍ୟୁଜ୍: ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା (FTA) ସ୍ବାକ୍ଷରିତ। ୨୦ ବିଲିୟନ ଡଲାର ବିନିଯୋଗ, ୫୦୦୦ ଭିସା, ଡ୍ୟୁଟି-ଫ୍ରି ପ୍ରବେଶ ସହମତି।ଦୁଇ ଦେଶ ମଧ୍ୟରେ ବିଶ୍ୱାସ ଓ ଆକାଂକ୍ଷାର ପ୍ରତିଫଳନ- ପୀୟୂଷ ଗୋଏଲ।ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଶିତ ଭାରତ ୨୦୪୭ ଲକ୍ଷ୍ୟକୁ ପୂରଣ କରିବ।ଏହି ଐତିହାସିକ ଚୁକ୍ତି ଉଭୟ ଦେଶର ଅର୍ଥନୈତିକ ସମ୍ପର୍କକୁ ନୂଆ ଦିଶା ଦେବ।

ସ୍ୱାକ୍ଷରିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତକୁ ନ୍ୟୁଜିଲ୍ୟାଣ୍ଡ ସଂସଦର ବୈଦେଶିକ ବ୍ୟାପାର, ପ୍ରତିରକ୍ଷା ଓ ବାଣିଜ୍ୟ କମିଟି ସମୀକ୍ଷା କରିବ। ଏହାପରେ ସଂସଦରେ ନିଜର ରିପୋର୍ଟ ଦାଖଲ କରି ନିଜର ମତ ରଖିବ। ଏହାପରେ ଏହା ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବ। ଏହି ପ୍ରକ୍ରିୟା ଶେଷ କରିବାକୁ ପ୍ରାୟ ୬ ମାସର ସମୟ ଲାଗିବ ବୋଲି ଜଣାପଡ଼ିଛି। ୨୦୨୫ ମାର୍ଚ୍ଚ ମାସରୁ ବାଣିଜ୍ୟ ଡିଲ ପାଇଁ ଦୁଇ ଦେଶ ଆଲୋଚନା ଆରମ୍ଭ କରିଥିଲେ।

୨୦୨୫ ଡିସେମ୍ବର ମାସରେ ଆଲୋଚନା ଶେଷ ହୋଇଥିଲା। ଏବେ ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଚୁକ୍ତି ଯୋଗୁ ଭାରତୀୟ ରପ୍ତାନୀକାରୀମାନେ ନିଜର ଜିନିଷକୁ ବିନା ସୀମା ଶୁଳ୍କରେ ନ୍ୟୁଜିଲ୍ୟାଣ୍ଡକୁ ପଠାଇ ପାରିବେ। ୮ ହଜାର ୨୮୪ ରପ୍ତାନୀ ଦ୍ରବ୍ୟ ବିନା ସୀମା ଶୁଳ୍କରେ ନ୍ୟୁଜିଲ୍ୟାଣ୍ଡ ମାର୍କେଟରେ ପ୍ରବେଶ କରିବ। ପ୍ରାଥମିକ ପର୍ଯ୍ୟାୟରେ ଚମଡ଼ା, ହ୍ୟାଣ୍ଡଲୁମ, ହସ୍ତତନ୍ତ ଭଳି ୭୦ ପ୍ରତିଶତ ଭାରତୀୟ ଦ୍ରବ୍ୟ ଉପରେ କୌଣସି ସୀମା ଶୁଳ୍କ ଲାଗୁ ହେବନାହିଁ।

Leave A Reply

Your email address will not be published.