ରଙ୍ଗମଞ୍ଚ ପାଲଟିଲା ରଣକ୍ଷେତ୍ର, ବୁଲିଲା ଠେଙ୍ଗା

0

ଓଡ଼ିଆ ନ୍ୟୁଜ୍: ରଙ୍ଗମଞ୍ଚ ପାଲଟିସଲା ରଣକ୍ଷେତ୍ର । ବୁଲିଲା ଠେଙ୍ଗା । ଯିଏ ଯାହାକୁ ପାରିଲା ଧମକାଇଲା । ଡ୍ରାମା ଚାଲିଥିବା ବେଳେ ଦେଖାଦେଲା ହାଇଡ୍ରାମା । ଏପରି ଅଭାବନୀୟ ଘଟଣା ଘଟିଛି ପୁରୀ ଜ଼ିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ରେଙ୍ଗଳ ଗ୍ରାମରେ ।ଡ୍ରାମା ପରିବେଷଣ ହେଉଥିବା ବେଳେ ଗ୍ରାମ ଉପରସାହିର ୧୫ରୁ ଅଧିକ ଯୁବକ ମଞ୍ଚ ଉପରକୁ ଟେକା ପଥର ଫିଙ୍ଗିଛନ୍ତି। ପରେ ସେମାନେ ବିଭିନ୍ନ ମାରଣାସ୍ତ୍ର ଓ ଠେଙ୍ଗାବାଡ଼ି ଧରି ରଙ୍ଗମଞ୍ଚ ଉପରେ ଡ୍ରାମା ପରିବେଷଣ ବେଳେ ଦୁର୍ବୃତ୍ତଙ୍କ ଆତଙ୍କ ଦଳାଚକଟାରେ ଜଣେ ଗୁରୁତର l ଦୁଇସାହି ବିବାଦର ହିଂସାତ୍ମକ ପରିଣତି ମଞ୍ଚ ରେ ଚଢ଼ି ବ୍ୟାପକ ଭଙ୍ଗାରୁଜା କରିବା ସହ କଳାକାର ମାନଙ୍କୁ ମରଣାନ୍ତକ ଆକ୍ରମଣ କରି ଜିନିଷପତ୍ର ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଯୁବକ ମାନଙ୍କ ଆତଙ୍କ ରେ ଦର୍ଶକମାନେ ଭୟଭୀତ ହୋଇ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦଳାଚକଟାରେ ଏକାଧିକ ଦର୍ଶକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ ଭୁବନେଶ୍ବର ଏମ୍‌ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ଏନେଇ ରେଙ୍ଗଳ ଡ୍ରାମାଟିକ୍ ଆସୋସିଏସନ୍‌ର ସଭାପତି ବିକ୍ରମ ସାହୁ, ପ୍ରଶାନ୍ତ ରାୟ, ଦୀପକ ବାରିକ, ଗଣେଶ ମହାପାତ୍ର ଓ ଦୀପକ ଲେଙ୍କା ପ୍ରମୁଖ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ଡେଲାଙ୍ଗ ଥାନା ରେ ଏକ ମାମଲା ରୁଜୁ ହୋଇଛି। ସେହିପରି ଅପରପକ୍ଷ ଥାନାରେ ପାଲଟା ଅଭିଯୋଗ କରିଥିବା ବେଳେ ଏସଂକ୍ରାନ୍ତରେ ଥାନାରେ ଆଉ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଡେଲାଙ୍ଗ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି l

Leave A Reply

Your email address will not be published.