ଓଡ଼ିଆ ନ୍ୟୁଜ୍: ୩୩ କେଭି ବିଦ୍ୟୁତ ଟାୱାରକୁ ଚଢ଼ିଥିବା ଯୁବକ ସୁରକ୍ଷିତ ଉଦ୍ଧାର। ପାପରଡ଼ା ଅଞ୍ଚଳର ଜଣେ ୩୩ କେଭି ବିଦ୍ୟୁତ ଟାୱାରକୁ ଚଢ଼ି ଯାଇଥିଲା। ସୂଚନା ପାଇଁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ, ମାନସିକ ବିକୃତି ସୂଚନା।୫୦ ଫୁଟ ଉଚ୍ଚ ପୋଲ ଉପରକୁ ଚଢ଼ି ଯାଇ ଯୁବକ ଜଣକ ବିଦ୍ୟୁତ ତାରର ଅତି ନିକଟରେ ପହଂଚି ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଏ ସମ୍ପର୍କରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଥିଲେ ବି ଉଦ୍ଧାର ବେଳେ ନାକେଦମ ହେବାକୁ ପଡିଥିଲା ।
ମଧୁପାଟଣା ଥାନା ଅନ୍ତର୍ଗତ ପୋପରଡା ଅଞ୍ଚଳରେ ଘଟିଛି ଏହି ଘଟଣା । ବହୁ ବୁଝାସୁଝା ପରେ ଚାଉଳିଆଗଞ୍ଜ ଦମକଳ କେନ୍ଦ୍ର ଯବାନ ସେଠାରେ ପହଂଚି ଯୁବକକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ଯୁବକ ଜଣକ ନରେଶ ମାରାଣ୍ଡି (୩୦) । ତେବେ ସେ କେଉଁ କାରଣରୁ ୩୩ କେଭି ବିଦ୍ୟୁତ୍ ପୋଲ ଉପରେ ଚଢ଼ିଥିଲେ ତାହା ଜଣାପଡିନାହିଁ ।