୧୪ ଘଣ୍ଟା ଚାଲିଲା ବିଧାନସଭା

0

ଓଡ଼ିଆ ନ୍ୟୁଜ୍: ମଧ୍ୟରାତ୍ରୀ ଯାଏଁ ଚାଲିଲା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଅଧିବେଶନ ରାତି ୧୨ ଟା ୪୫ ଯାଏଁ ଚାଲିଲା। ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଇନ କାର୍ଯ୍ୟକାରୀ ପାଇଁ ସଂକଳ୍ପ। ଗୋଟିଏ ଦିନରେ ପ୍ରାୟ ୧୪ ଘଣ୍ଟା ଯାଏଁ ଚାଲିଲା ଗୃହ। ଦିନ ତମାମ ଗୃହରେ ସରଗରମ ଆଲୋଚନା।

ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଇନ ୨୦୨୩କୁ କାର୍ଯ୍ୟକାରୀ କରିବା ପାଇଁ ସଂକଳ୍ପ ପାରିତ ହେଲା। ଗୋଟିଏ ଦିନରେ ୧୩ ଘଣ୍ଟା ୪୫ ମିନିଟ ଧରି ବିଧାନସଭା ଚାଲିଥିଲା। ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଅଧିବେଶନ ରାତି ୧୨.୪୫ ପର୍ଯ୍ୟନ୍ତ ଚାଲିଲା। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ ଦିନ ତମାମ ଗୃହରେ ସରଗରମ ଆଲୋଚନା ହୋଇଥିଲା।

ସମସ୍ତ ଦଳର ପ୍ରାୟ ୪୦ରୁ ଅଧିକ ବିଧାୟକ ଓ ବିଧାୟିକା ଆଲୋଚନାରେ ଭାଗ ନେଇଥିଲେ। ଅଧିବେଶନ ଶେଷରେ ବାଚସ୍ପତିଙ୍କ ସହ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ଉପନେତା ଓ କଂଗ୍ରେସ ବିଧାୟକ ଦଳ ନେତା ଗୃହ ଆଲୋଚନାରେ ଭାଗ ନେଇଥିଲେ।

Leave A Reply

Your email address will not be published.