ବେଙ୍ଗଲ ସିଏମ୍ ବାଛିବେ ଅମିତ ଶାହ ଓ ମୋହନ ମାଝୀ

0

ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ବ। ବିଜେପି ବିଧାୟକ ଦଳ ନେତା ଚୟନ ନେଇ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଦାୟିତ୍ବ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦାୟିତ୍ବ।ସେଥିପାଇଁ ପଶ୍ଚିମବଙ୍ଗ ପାଇଁ ପର୍ଯ୍ୟବେକ୍ଷକ ଏବଂ ସହ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେପିର ସଂସଦୀୟ ବୋର୍ଡ କମିଟି। ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ଵ ଦିଆଯାଇଛି। ସବୁଠୁ ବଡ କଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସହପର୍ଯ୍ୟବେକ୍ଷକ ଦାୟିତ୍ଵ ଦେଇଛନ୍ତି ଦଳୀୟ ହାଇକମାଣ୍ଡ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏମିିତି ଗୁରୁ ଦାୟିତ୍ଵ ମିଳିବା ନିଶ୍ଚିତ ରୂପେ ଓଡ଼ିଶାବାସୀଙ୍କ ପାଇଁ ଗର୍ବର କଥା।

ରାଜ୍ୟ ନିର୍ବାଚନରେ ବିଜେପି ସାଧାରଣତଃ କେବେ ବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରେ ନାହିଁ। ତେଣୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହଙ୍କ ଚେହେରା ନିର୍ବାଚନ ଲଢିଥିଲା ବିଜେପି। ପ୍ରଧାନମନ୍ତ୍ରୀ ନିଜେ ରାଜ୍ୟବ୍ୟାପୀ ଏକ ବଡ଼ ରାଲି କରିଥିଲେ। ଗତ ମାସ ଧରି, ପ୍ରଧାନମନ୍ତ୍ରୀ ମୋଦୀ ଜଣେ ସମର୍ପିତ ଦଳୀୟ କର୍ମୀ ଭାବେ ପ୍ରଚାର କରିଥିଲେ।

ଏହାରି ଭିତରେ ପଶ୍ଚିମବଙ୍ଗ ବିଧାୟକ ଦଳ ନେତା ବାଛିବେ ଅମିତ ଶାହ ଓ ମୋହନ ମାଝୀ। ଅମିତ ଶାହଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ମୋହନ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଏହା ପୂର୍ବରୁ ମୋହନ ମାଝୀ ଝାଡ଼ଖଣ୍ଡ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର କରିଥିଲେ। ଏହା ପରେ ତାଙ୍କୁ ଦଳୀୟ ଶୀର୍ଷ ନେତୃତ୍ଵ ପଶ୍ଚିମବଙ୍ଗ ନିର୍ବାଚନରେ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ୍ କରିଥିଲେ। ପଶ୍ଚିମବଙ୍ଗରେ ଐତିହାସିକ ବିଜୟ ପରେ ଏବେ ସେଠାରେ ଅମିତ ଶାହଙ୍କ ସହ ମିଶି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଚୟନ କରିବେ ମୁଖ୍ୟମନ୍ତ୍ରୀ ମାେହନ ମାଝୀ।

Leave A Reply

Your email address will not be published.