ସ୍ତ୍ରୀ ରଶ୍ମିତାଙ୍କ ମୁହଁରେ ସ୍ୱାମୀ ସୁଧୀର ପାତ୍ରଙ୍କ ହତ୍ୟାର କାହାଣୀ

0

ଓଡ଼ିଆ ନ୍ୟୁଜ୍: ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲା। ସ୍ତ୍ରୀ ରଶ୍ମିତାଙ୍କ ମୁହଁରେ ସ୍ୱାମୀ ସୁଧୀର ପାତ୍ରଙ୍କ ହତ୍ୟାର କାହାଣୀ। ଅପହରଣ ପରବର୍ତ୍ତୀ ଘଟଣା ବଖାଣିଲେ ପତ୍ନୀ ରଶ୍ମିତା ପାତ୍ର। ସ୍ୱାମୀଙ୍କୁ ଅପହରଣ ପରେ ୨ କୋଟି ଟଙ୍କା ମାଗିଥିଲେ ଅପହରଣକାରୀ। ଅପହରଣ ଘଟଣା ପରଠାରୁ ପୋଲିସ ସହ ଯୋଗାଯୋଗରେ ରହିଥିଲୁ।ହତ୍ୟାକାଣ୍ଡରେ ପରିବାର ଲୋକ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଥିଲା।ଅପହରଣକାରୀଙ୍କ କଲ୍‌ ନମ୍ବରରୁ ପରିବାରର ଲିଙ୍କ୍‌ ପାଇଥିଲା ପୋଲିସ।ଝିଆରୀ ୪ମାସ ପୂର୍ବେ ସଂପୃକ୍ତ ନମ୍ବର ସହ ଯୋଗାଯୋଗରେ ଥିଲେ। ବଡ଼ ଭାଇଙ୍କ ମୃତ୍ୟୁ ପରଠାରୁ ତାଙ୍କ ମନରେ ଅଶାନ୍ତି ଥିଲା। ବଡ଼ ଭାଇଙ୍କ ମୃତ୍ୟୁ ପରେ ଶାନ୍ତିରେ ବଞ୍ଚିବାକୁ ଦେବୁନି କହିଥିଲେ ସୁଧୀରଙ୍କ ଭାଉଜ। ଜଣେ ବ୍ୟବସାୟୀଙ୍କୁ ବିବାହ କରିବେ ବୋଲି ସୁଧୀରଙ୍କୁ କହିଥିଲେ ନିବେଦିତା। ବଡ଼ ଜା’ ଓ ତାଙ୍କ ଭାଇଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି କଲେ ରଶ୍ମିତା।

ତାଙ୍କ ଅନୁସାରେ, ଗତ ୧୫ ତାରିଖ ରାତି ୧୨ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ବାରମ୍ବାର ଫୋନ କରିଥିଲେ ଅପହରଣକାରୀ । ଫୋନ କରି ୨କୋଟି ଟଙ୍କା ମାଗିଥିଲେ ଅପହରଣକାରୀ । ଅପହରଣ ଘଟଣା ପରଠାରୁ ପୋଲିସ ସହ ଯୋଗାଯୋଗରେ ରହିଥିଲୁ । ହତ୍ୟାକାଣ୍ଡରେ ପରିବାର ଲୋକ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଥିଲା । ଅପହରଣକାରୀଙ୍କ କଲ୍ ନମ୍ବରରୁ ପରିବାରର ଲିଙ୍କ୍ ପାଇଥିଲା ପୋଲିସ । ଝିଆରୀ ୪ମାସ ପୂର୍ବେ ସଂପୃକ୍ତ ନମ୍ବର ସହ ଯୋଗାଯୋଗରେ ଥିଲେ । ଫୋନରେ ଧମକ ଚମକ ଏବଂ ଟଙ୍କା ମାଗିବା ଭିତରେ ସୁଧୀରଙ୍କୁ ହତ୍ୟା କରାଯାଇଥିବା ରଶ୍ମିତା କହିଛନ୍ତି ।

ତେବେ ହତ୍ୟାକାଣ୍ଡ ପଛରେ ଝିଆରୀ ନିବେଦିତାଙ୍କ ମା ବସୁନ୍ଧରା ଓ ମାମୁଁ ତ୍ରିଲୋଚନ ବିଶେଶ୍ବର ରାୟଙ୍କ ସଂପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି । ସୁଧୀର ସେୟାର ମାର୍କେଟ ଅଢ଼େଇ କୋଟି ଟଙ୍କା ନିବେଶ କରିଥିଲେ । ସେୟାର ମାର୍କେଟରେ ବ୍ୟବସାୟ ବୃଦ୍ଧିକୁ ନେଇ ଈର୍ଷା ପରାୟଣ ହୋଇଥିଲା ସୁଧୀରଙ୍କ ଭାଉଜ । ବଡ଼ ଭାଇଙ୍କ ମୃତ୍ୟୁ ପରେ ଶାନ୍ତିରେ ବଞ୍ଚିବାକୁ ଦେବୁନି ବୋଲି ସୁଧୀରଙ୍କ ଭାଉଜ କହିଥିଲେ। ତେଣୁ ବଡ଼ ଜା’ ଓ ତାଙ୍କ ଭାଇଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଛନ୍ତି ରଶ୍ମିତା । ନିବେଦିତାଙ୍କ ମା ଓ ମାମୁଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ମୃତ ସୁଧୀରଙ୍କ ପତ୍ନୀ । ପୁତୁରା ଓ ଝିଆରୀ ସହ ତାଙ୍କ ମା ଏବଂ ମାମୁ ଜେଲ ଭିତରେ ରହିଲେ ହିଁ ମୋ ପୁଅ ଝିଅ ସୁରକ୍ଷିତ ରହିବେ । ନଚେତ ସମସ୍ତଙ୍କ ଜୀବନ ବିପଦରେ ଥିବା ରଶ୍ମିତା କହିଛନ୍ତି ।

Leave A Reply

Your email address will not be published.