ଜନଗଣନା ଶିକ୍ଷକଙ୍କୁ ଅଟକାଇଲେ ଆକ୍ସନ୍

0

ଓଡ଼ିଆ ନ୍ୟୁଜ୍: ଜନଗଣନାରେ ନିୟୋଜିତ ଶିକ୍ଷକଙ୍କୁ ଅଟକାଇଲେ ସ୍କୁଲ ବିରୋଧରେ ଆକ୍ସନ୍। କିଛି ସ୍କୁଲ୍‌ କର୍ତ୍ତୃପକ୍ଷ ଶିକ୍ଷକଙ୍କୁ ରିଲିଜ୍‌ କରୁନଥିବା ନଜରକୁ ଆସିଛି। ଏନେଇ କଡ଼ା ନିର୍ଦ୍ଦେଶ ଜାରି କଲା ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ। ସେନସସ୍ ଆକ୍ଟ-୧୯୪୮’ ଅନୁସାରେ ଜନଗଣନା କାର୍ଯ୍ୟ ବାଧ୍ୟତାମୂଳକ।ଜନଗଣନାରେ ନିଯୁକ୍ତ ଶିକ୍ଷକ, କର୍ମଚାରୀଙ୍କୁ ରିଲିଭ୍ କରିବା ବାଧ୍ୟତାମୂଳକ। ଅଯଥାରେ ଜନଗଣନା କାମରୁ ଶିକ୍ଷକଙ୍କୁ ବଞ୍ଚିତ କରାଯିବ ନାହିଁ।ନିର୍ଦ୍ଦେଶକୁ ଅମାନ୍ୟ କଲେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଚେତାବନୀ।

ଖବର ଅନୁଯାୟୀ, ୨୦୨୭ ଜନଗଣନା ଚାଲିଛି । ଏଥିରେ ସ୍କୁଲ କର୍ମଚାରୀ ଓ ଶିକ୍ଷକଙ୍କୁ ସାମିଲ କରାଯାଇଛି । ହେଲେ କିଛି ବେସରକାରୀ ସ୍କୁଲ କର୍ତ୍ତୃପକ୍ଷମାନେ ଶିକ୍ଷକଙ୍କୁ ଜନଗକାରୀ ଓ ସୁପର ଭାଇଜର ଭାବେ କାମ କରିବାରେ ବାଧା ଦେଉଛନ୍ତି । ଯାହା ରାଜ୍ୟ ସରକାରଙ୍କ ନଜରକୁ ଆସିଛି । ଯାହାପରେ ଆକ୍ସନକୁ ଆସିଛି ରାଜ୍ୟ ସରକାର । ରାଜ୍ୟ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସରକାରୀ ଓ ବେସରକାରୀ ସ୍କୁଲକୁ ଏକ ନିର୍ଦ୍ଦେଶାନାମା ଜାରି କରିବାକୁ କୁହାଯାଇଛି । ଜନଗଣନା ଦାୟିତ୍ୱରେ ନିଯୁକ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ରିଲିଭ କରିବା ବାଧ୍ୟତାମୂଳକ । ଅଯଥାରେ ଜନଗଣନା କାମରେ ଶିକ୍ଷକଙ୍କୁ ବଞ୍ଚିତ କରାଯିବନାହିଁ । ଯଦି କେହି ବି ସରକାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ ଏବଂ ଅବହେଳା କରନ୍ତୁ । ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.