ଓଡ଼ିଆ ନ୍ୟୁଜ୍: ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ମାମଲା; ୪ ଅଟକ। ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ବାଲିଅନ୍ତା ପୋଲିସ; ଗାଁରେ ଉତ୍ତେଜନା। ଥାନା ବାହାରେ ମୃତକଙ୍କ ପରିବାର ଓ ଗାଁ ଲୋକଙ୍କ ମଧ୍ୟରେ ହୋହଲ୍ଲା। ଭିଡିଓ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ। ଅସଦାଚରଣ ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା କରିଥିଲେ ଗାଁଲୋକ।ପୋଲିସ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ଗୁରୁବାର ଏହି ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ଆଇନକୁ ହାତକୁ ନେଇଛନ୍ତି।ସେପଟେ ମୁଖ୍ୟମନ୍ତ୍ରୀ ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଘଟଣାରେ ମହିଳା କମିଶନଙ୍କୁ ସତ୍ୟତା ଯାଞ୍ଚ ପାଇଁ ପରାମର୍ଶ ଦେଇଛନ୍ତି। ବାଲିଅନ୍ତା ଯାଇ ଅନୁଧ୍ୟାନ କରିବେ ମହିଳା ଅଧ୍ୟକ୍ଷା। ସଂପୃକ୍ତ ମହିଳାଙ୍କ ସହ ଆଲୋଚନା କରିବେ ଅଧ୍ୟକ୍ଷା।
ହି ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କରିବା ସହିତ ତା’ର ଅନୁସନ୍ଧାନ ଜାରି ରଖିଛି । ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତିଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଘଟଣାର ସମସ୍ତ ଦିଗ ପ୍ରତି ସଚେତନ ରହି ପ୍ରକୃତ ସତ୍ୟ ଖୋଜି ବାହାର କରିବା ପାଇଁ ଏହି ଘଟଣାରେ ଯେଉଁ ମହିଳାମାନଙ୍କ ସହିତ ଦୁର୍ବ୍ୟବହାର ହୋଇଥିବାର ଅଭିଯୋଗ ହୋଇଛି, ସେମାନଙ୍କ ସହିତ ଆଲୋଚନା କରିବାକୁ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଆସନ୍ତା କାଲି ବାଲିଅନ୍ତା ଯିବେ ବୋଲି ଜଣା ଯାଇଛି।