ଓଡ଼ିଆ ନ୍ୟୁଜ୍: ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଲେ ଯୁବତୀ। ମୋତେ ଓ ମୋ ସାଙ୍ଗକୁ ଅସଦାଚରଣ କରିଥିଲେ ୨ ଯୁବକ। ଆଗରୁ ମୁଁ ସେମାନଙ୍କୁ କେବେ କେଉଁଠି ଦେଖିନଥିଲି। ମୁଁ ଓ ମୋ ସାଙ୍ଗ ସ୍କୁଟରରେ ମାଉସୀ ଘରକୁ ଯାଉଥିଲୁ। ବାଟରେ ସେମାନେ ଆମକୁ ପ୍ରଥମେ କିଛି କହିଥିଲେ। ପରେ ପଛକୁ ଫେରି ଆମ ଗାଡ଼ିକୁ ଧକ୍କା ଦେଇ ଅସଦାଚରଣ କରିଥିଲେ। ସ୍ଥାନୀୟ ଲୋକେ ଆସିଲେ ବୋଲି ମୁଁ ଆଜି ବଞ୍ଚିଛି କହିଲେ ଯୁବତୀ।
ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଲେଅଭିଯୋଗକାରିଣୀ ଯୁବତୀ। ସେ କହିଛନ୍ତି- ମୁ ଓ ମୋ ସାଙ୍ଗ ମାଉସୀ ଘର ଯାଉଥିଲୁ ବିପରୀତ ରାସ୍ତାରୁ ଅର୍ଥାତ ଭୁବନେଶ୍ୱର ଆଡ଼କୁ ଆସୁଥିଲେ। ସେମାନେ ପ୍ରଥମେ ଆମକୁ ଦେଖି ଚିଲାଇଲେ। ଆମେ ପଛକୁ ଚାହିଁବାରୁ ପୁଣି ବାଇକ୍ ଆଣି ଆମ ସ୍କୁଟିକୁ ବାଡେଇଲେ। ଆମେ ଦୁହେଁ ପଡିଗଲୁ। ସେହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ମୋ ବେକକୁ ଚିପିଦେଲା। ଡ୍ରେସ ଚିରିଦେଲା। ମୁଁ ଓ ମୋ ସାଙ୍ଗ ଚିତ୍କାର କଲୁ। ତା ପରେ ସ୍ଥାନୀୟ ଲୋକ ଆମକୁ ରକ୍ଷା ପାଇଁ ଚାଲିଆସିଲେ।
ସେ ଆହୁରି କହିଛନ୍ତି-ମୋତେ ଓ ମୋ ସାଙ୍ଗକୁ ୨ ଯୁବକ ଅସଦାଚରଣ କରିଥିଲେ। ଆଗରୁ ମୁଁ ସେମାନଙ୍କୁ କେବେ କେଉଁଠି ଦେଖିନଥିଲି। ସ୍ଥାନୀୟ ଲୋକେ ଆସିଲେ ବୋଲି ମୁଁ ଆଜି ବଞ୍ଚିଛି ବୋଲି ଯୁବତୀଜଣକ କହିଛନ୍ତି। ତେଣୁ ପୋଲିସ ଘଟଣା ସ୍ଥଳରେ ଥିଲା, ସ୍ଥାନୀୟ ଲୋକେ ହତ୍ୟା କରିନାହାନ୍ତି ବୋଲି ଯୁବତୀ ଜଣକ କହିଛନ୍ତି। ଏହାସହ ଗିରଫ ଗ୍ରାମବାସୀଙ୍କୁ ଛାଡିଦେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛନ୍ତି।