ଭୁବନେଶ୍ୱରରେ ଦୁର୍ଘଟଣା: ୩ ମୃତ

0

ଓଡ଼ିଆ ନ୍ୟୁଜ୍: ଫାୟାର୍‌ ଷ୍ଟେସନ୍‌ ଓଭର୍‌ ବ୍ରିଜ୍‌ ଉପରେ ଭୟଙ୍କର ଦୁର୍ଘଟଣା। ୨ଟି ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡ଼ି, ୩ ଜଣଙ୍କ ମୃତ୍ୟୁ।ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଫାୟାର ଷ୍ଟେସନ ଓଭରବ୍ରିଜରେ ଘଟିଛି । ସୂଚନା ଅନୁଯାୟୀ, ଏକ ଦ୍ରୁତଗାମୀ ଟ୍ରକ୍ ଓଭରବ୍ରିଜ ଉପରେ ତିନୋଟି ଗାଡ଼ିକୁ ଧକ୍କା ଦେଇଥିଲା ।

ଆଜି ରାତି ୮.୧୫ ରୁ ରାତି ୮.୩୦ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା ​​ବୋଲି ଟ୍ରାଫିକ୍ ଏସିପି ଉମାକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି । ଦୁର୍ଘଟଣା ପରେ ଟ୍ରକ୍ ଘଟଣାସ୍ଥଳରୁ ପଳାଇବାରେ ସଫଳ ହୋଇଛି । ସୂଚନା ପାଇବା ପରେ ଖଣ୍ଡଗିରି ପୋଲିସ ଟ୍ରାଫିକ୍ ପୋଲିସ ସହିତ ଘଟଣାସ୍ଥଳକୁ ଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନା ପଠାଯାଇଛି । ଖବର ଲେଖାହେବା ଯାଏ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.