ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପ୍ରତିଷ୍ଠା ପାଇଁ ସରକାରଙ୍କ ଯୋଜନା। ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସାଇବର ଅପରାଧର ତ୍ୱରିତ ବିଚାର ପାଇଁ ଖୋଲାଯିବ ସ୍ବତନ୍ତ୍ର କୋର୍ଟ। ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ବିଚାରପତିଙ୍କ ସାଇବର ଆଇନ ଓ ଟେକ୍ନୋଲୋଜି ବିଷୟରେ ବିଶେଷ ଜ୍ଞାନ ରଖିବେ। ଏହାଦ୍ୱାରା ଜଟିଳ ଡିଜିଟାଲ ପ୍ରମାଣଗୁଡ଼ିକୁ ବୁଝିବାରେ ସହଜ ହେବ। ମହିଳାଙ୍କ ପାଇଁ ସ୍ବତନ୍ତ୍ର ୭ଟି କୋର୍ଟ ଖୋଲାଯିବା ନେଇ ଯୋଜନା।
ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଇବର ଠକେଇ ମାମଲାର ଶୀଘ୍ର ନ୍ୟାୟ ପ୍ରଦାନ । ଏଥିସହ ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ । ସ୍ୱତନ୍ତ୍ର ଅଦାଲତ ସାଇବର ମାମଲାଗୁଡ଼ିକର ବିଚାର ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ଖୋଲାଯିବ । ଜଟିଳ ଡିଜିଟାଲ ପ୍ରମାଣଗୁଡ଼ିକୁ ବୁଝିବାରେ ସହଜ ହେବ । ସାଧାରଣ କୋର୍ଟରେ ବହୁ ମାମଲା ବିଚାରାଧିନ ଥିବାରୁ ସାଇବର ମାମଲା ଗୁଡ଼ିକରେ ବିଳମ୍ବ ହୋଇଥାଏ । ସ୍ୱତନ୍ତ୍ର କୋର୍ଟ ହେବା ଫଳରେ ମାମଲାଗୁଡ଼ିକର ତ୍ବରିତ ସମାଧାନ ହୋଇପାରିବ ।