ଆସାମରେ ପୁଣି ‘ହିମନ୍ତ’ ରାଜ୍, ଆସନ୍ତା ୧୨ ତାରିଖରେ ଶପଥ ଉତ୍ସବ

0

ଓଡ଼ିଆ ନ୍ୟୁଜ୍: ଆସାମ ବିଜେପି ବିଧାୟକ ଦଳ ନେତା ଭାବେ ହିମନ୍ତ ବିଶ୍ବଶର୍ମା ନିର୍ବାଚିତ। ୧୨ ତାରିଖରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ଉତ୍ସବରେ ସାମିଲ୍ ହେବେ ପ୍ରଧାନମନ୍ତ୍ରୀ ମୋଦି। ଆସାମ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ NDA ମେଣ୍ଟ ଏକ ଐତିହାସିକ ସଫଳତା ହାସଲ କରିଛି। ହିମନ୍ତ ବିଶ୍ୱଶର୍ମାଙ୍କୁ ସର୍ବସମ୍ମତି କ୍ରମେ ବିଜେପି ବିଧାୟକ ଦଳ ଓ NDAର ନେତା ଭାବେ ନିର୍ବାଚିତ କରାଯାଇଛି ।

ଆଜି ଗୌହାଟୀଠାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଜେ.ପି. ନଡ୍ଡାଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି। ଆସାମର ୧୨୬ଟି ଆସନ ମଧ୍ୟରୁ NDA ମେଣ୍ଟ ୧୦୨ଟି ଆସନରେ ବିଜୟୀ ହୋଇ ପ୍ରବଳ ବହୁମତ ପାଇଛି। ବିଜେପି ୮୨ଟି ଆସନ, AGP ଏବଂ BPF ପ୍ରାୟ ୨୦ଟି ଆସନ ଓ କଂଗ୍ରେସ ମାତ୍ର ୧୯ଟି ଆସନରେ ସୀମିତ ରହିଛି। ହିମନ୍ତ ବିଶ୍ୱଶର୍ମା ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି ।

Leave A Reply

Your email address will not be published.