ବିଜୟଙ୍କୁ AIADMK ବିଦ୍ରୋହୀଙ୍କ ସମର୍ଥନ

0

ଓଡ଼ିଆ ନ୍ୟୁଜ୍: ତାମିଲନାଡୁ ରାଜନୀତିରେ ବଡ଼ ହଲଚଲ୍‌।AIADMK ବିଦ୍ରୋହୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ବିଜୟ।AIADMKର ୩୦ ବିଦ୍ରୋହୀ ବିଧାୟକ ବିଜୟଙ୍କୁ ଦେବେ ସମର୍ଥନ। ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ ବେଳେ ଦେବେ ସମର୍ଥନ।ବିଜୟଙ୍କ ସରକାରକୁ ସମର୍ଥନ ଜଣାଇଛନ୍ତି ଲେ ସି.ଭି. ଷଣ୍ମୁଗମଙ୍କ ଗୋଷ୍ଠୀ ।

ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟଙ୍କ ନେତୃତ୍ୱାଧୀନ TVK ସରକାରଙ୍କୁ ଏବେ AIADMK ର ଏକ ବଡ଼ ବିଦ୍ରୋହୀ ଗୋଷ୍ଠୀ ସମର୍ଥନ ଘୋଷଣା କରିଛି । ଏଡାପାଡି କେ. ପାଲାନିସ୍ୱାମୀଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରି ଦଳର ୪୭ ଜଣ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୩୦ ଜଣ ବିଧାୟକ ଏବେ ବିଜୟଙ୍କ ଶିବିରରେ ସାମିଲ ହୋଇଛନ୍ତି । ପୂର୍ବତନ ମନ୍ତ୍ରୀ ସି.ଭି. ଷଣ୍ମୁଗମ୍, ଏସ୍.ପି. ଭେଲୁମଣି ଓ ସି. ବିଜୟଭାସ୍କରଙ୍କ ନେତୃତ୍ୱରେ ଏହି ବିଦ୍ରୋହୀ ଗୋଷ୍ଠୀ ସୃଷ୍ଟି ହୋଇଛି । ସେମାନେ ପଲାନିସ୍ବାମୀଙ୍କ ନିଷ୍ପତ୍ତିକୁ ଅମାନ୍ୟ କରି ସ୍ୱତନ୍ତ୍ର ବୈଠକ କରିଛନ୍ତି ।

ମେ ୧୩ ତାରିଖରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ‘ଫ୍ଲୋର୍ ଟେଷ୍ଟ’ ପୂର୍ବରୁ ଏହି ଗୋଷ୍ଠୀ TVK ସରକାରଙ୍କୁ ସମର୍ଥନ ଦେଇଛନ୍ତି । ଏସ.ପି. ଭେଲୁମଣିଙ୍କୁ ବିଧାୟକ ଦଳର ନେତା ଏବଂ ସି. ବିଜୟଭାସ୍କରଙ୍କୁ ମୁଖ୍ୟ ସଚେତକ ଭାବେ ନିଯୁକ୍ତ କରାଯାଇଛି । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ AIADMK ମାତ୍ର ୪୭ଟି ସିଟ୍ ପାଇଥିବାବେଳେ TVK ୧୦୮ଟି ସିଟ୍ ବିଜୟ ପାଇଥିଲା ।

ଷଣ୍ମୁଗମ୍ କହିଛନ୍ତି, ଆମେ ଜନମତକୁ ସମ୍ମାନ ଜଣାଉଛୁ । ଜନସାଧାରଣ ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି । DMK ସହ କୌଣସି ସାଲିସ ଆମ ଦଳର ଆଦର୍ଶ ବିରୋଧୀ । ବିଦ୍ରୋହୀ ଗୋଷ୍ଠୀଙ୍କ ଅଭିଯୋଗ ଅନୁଯାୟୀ, EPS ପରୋକ୍ଷରେ DMK ସହ ହାତ ମିଳାଇବାକୁ ଚେଷ୍ଟା କରୁଥିଲେ । ଯାହା AIADMK ର ମୂଳ ନୀତିର ବିରୁଦ୍ଧ । ରାଜନୈତିକ ପ୍ରାସଙ୍ଗିକତା ବଜାୟ ରଖିବା ପାଇଁ ବିଦ୍ରୋହୀ ନେତାମାନେ ବିଜୟଙ୍କ TVK ସହ ଯିବାକୁ ଶ୍ରେୟସ୍କର ମଣିଛନ୍ତି ।

Leave A Reply

Your email address will not be published.