ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ବିଜେପି ସରକାରର ୨ ବର୍ଷ ପୂର୍ତ୍ତିକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ। ଏନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।ସ୍ବତନ୍ତ୍ର ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି କହିଲେ। ଖର୍ଚ୍ଚ କାଟ କରାଯାଉଛି, ପ୍ରଧାନମନ୍ତ୍ରୀ ଆସିଲେ ନିରାଡମ୍ବର ଉତ୍ସବ।ଜୁନ୍ ୧୨ ତାରିଖରେ ରାଜ୍ୟ ସରକାରଙ୍କୁ ୨ ବର୍ଷ ପୂର୍ତ୍ତି ହେଉଛି । ଦୁଇ ବର୍ଷ ପୂର୍ତ୍ତି ନେଇ ମନ୍ତ୍ରୀ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ୧୦ ଦିନ ଧରି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯିବ । ମନ୍ତ୍ରୀ ମାନେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କରିବେ । ରାଜ୍ୟବାସୀଙ୍କ ଆଗରେ ଏହି ରିପୋର୍ଟ କାର୍ଡ ଉପସ୍ଥାପନ କରାଯିବ । ଏ ନେଇ ମନ୍ତ୍ରୀ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ମୋହନ ସରକାରଙ୍କୁ ୨ ବର୍ଷ ପୂର୍ତ୍ତି ନେଇ ଲୋକସେବା ଭବନରେ ବସିଥିଲା ବୈଠକ । ରାଜ୍ୟ ସରକାର କେଉଁ କାର୍ଯ୍ୟକ୍ରମ ହାତକୁ ନେବେ ସେନେଇ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବିଭିନ୍ନ ବିଭାଗର ବାର୍ଷିକ ରିପୋର୍ଟ କାର୍ଡ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ପ୍ରଥମ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ରିପୋର୍ଟ କାର୍ଡ ଓଡ଼ିଶାବାସୀଙ୍କ ଆଗରେ ରଖିଥିଲେ ପ୍ରଧାନମନ୍ତ୍ରୀ । ଦ୍ବିତୀୟ ବର୍ଷର ଉପଲବ୍ଧି ମଧ୍ୟ ଲୋକଙ୍କ ପାଖରେ ରଖିବେ ରାଜ୍ୟ ସରକାର ।