ରାଜ୍ୟରେ ତେଲ ସଙ୍କଟ ନାହିଁ: ଯୋଗାଣ ସଚିବ

0

ଓଡ଼ିଆ ନ୍ୟୁଜ୍: ତେଲ ସଙ୍କଟ ଆଦୌ ନାହିଁ କହିଲେ ଯୋଗାଣ ବିଭାଗ ପ୍ରମୁଖ ସଚିବ। ରାଜ୍ୟରେ ୨୦ରୁ ୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ୍ ସ୍ଥିତି ଦେଖାଦେଇଛି। ଡ୍ରାଏ ଆଉଟ୍ ସ୍ଥିତି ମ୍ୟାନେଜମେଣ୍ଟର ଅଭାବ ଯୋଗୁଁ ଦେଖାଦେଇଛି। ତେଲ ଅଭାବ ଯୋଗୁଁ ଆଦୌ ଡ୍ରାଏ ଆଉଟ୍ ସ୍ଥିତି ଦେଖାଦେଇନି। ସ୍ବାଭାବିକ ସ୍ଥିତିରେ ବି ୨୦/୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ୍ ସ୍ଥିତି ଦେଖାଯାଏ। ଏଭଳି ଡ୍ରାଏ ଆଉଟ୍ ସ୍ଥିତିର ମନିଟରିଂ ଚାଲିଛି, ବ୍ୟବସ୍ଥା କରିବୁ। ଭୟଭୀତ ହୋଇ ଆଦୌ ତେଲ କିଣନ୍ତୁ ନାହିଁ- ଯୋଗାଣ ବିଭାଗ ପ୍ରମୁଖ ସଚିବ। ଘରୋଇ ବସ୍‌ ମାଲିକ ସଂଘର ଆଶଙ୍କା ଭିତ୍ତିହୀନ, ବସ୍‌ ଚାଲିବାରେ ଅସୁବିଧା ନାହିଁ।

ପ୍ରଧାନମନ୍ତ୍ରୀ କହିଛନ୍ତି ପେଟ୍ରୋଲ ଡିଜେଲ୍‌ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ । ହେଲେ ଲୋକେ ତେଲ ନମିଳିବା ଆଶଙ୍କାରେ ତେଲ ଟାଙ୍କି ଖାଲି କରିଦେଉଛନ୍ତି । ଗ୍ୟାସ୍ ପାଇଁ ଯେଭଳି ହୋ-ହଲ୍ଲା ଚାଲିଥିଲା, ଠିକ୍‌ ସେମିତି ଏବେ ପେଟ୍ରୋଲ ଡିଜେଲ ପାଇଁ ହୋ-ହଲ୍ଲା ଚାଲିଛି । ଗ୍ୟାସ୍‌ ଭଳି ଖୁବ୍‌ ଶୀଘ୍ର ତେଲ ସମସ୍ୟା ଦୂର ହେବ ବୋଲି କହିଛନ୍ତି ସରକାର । ଯୋଗାଣ ବିଭାଗ ପ୍ରମୁଖ ସଚିବ ସଂଜୟ ସିଂ କହିଛନ୍ତି, ଲୋକେ ଛାନିଆ ହୋଇ ତେଲ କିଣନ୍ତୁନି । ରାଜ୍ୟରେ ଯଥେଷ୍ଟ ପରିମାଣରେ ତେଲ ମହଜୁଦ୍‌ ଅଛି । ରାଜ୍ୟରେ ଥିବା ୨୮ଶହ ପେଟ୍ରୋଲ ପମ୍ପ ମଧ୍ୟରୁ ମାତ୍ର ୨୦ରୁ ୩୦ ଟାଙ୍କିରେ ତେଲ ସରିଯାଇଛି । କିଛି ପେଟ୍ରୋଲ ପମ୍ପ ମାଲିକ ଟଙ୍କା ଡିପୋଜିଟ୍‌ କରୁନଥିବାରୁ ସେମାନଙ୍କୁ ତେଲ ମିଳିନଥିବ । ଖୁବ୍‌ ଶୀଘ୍ର ରାଜ୍ୟର ସମସ୍ତ ଟାଙ୍କିରେ ତେଲ ପହଞ୍ଚିବ । ଯେଉଁମାନେ ତେଲର କଳାବଜାରୀ କରିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଯୋଗାଣ ସଚିବ ।

Leave A Reply

Your email address will not be published.