ଓଡ଼ିଆ ନ୍ୟୁଜ୍: ତୈଳ ସଙ୍କଟକୁ ନେଇ ଚିନ୍ତାରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା। ଏଭଳି ସମସ୍ୟା ଲାଗି ରହିଲେ ୬, ୭ ଦିନରେ ବନ୍ଦ ହୋଇଯିବ ଘରୋଇ ବସ୍। ସରକାର ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ଅନୁରୋଧ କରୁଛି କହିଲେ। ପବ୍ଲିକ ଟ୍ରାନ୍ସପୋର୍ଟ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ଅନୁରୋଧ କଲେ। ପବ୍ଲିକ୍ ଟ୍ରାନ୍ସପୋର୍ଟ ପାଇଁ କାର୍ଡ ବ୍ୟବସ୍ଥା କରି ଡିଜେଲ ଦେବାକୁ ଅନୁରୋଧ। ଏବେ ରାଜ୍ୟରେ ମୋଟ ୧୪ ହଜାର ଘରୋଇ ବସ୍ ଚାଲିଛି। ତେଲ ନ ମିଳିବାରୁ ପ୍ରାୟ ୨୦୦୦ ବସ୍ ବନ୍ଦ ହୋଇପଡ଼ିଛି। ଗ୍ରାମାଞ୍ଚଳରେ ତେଲ ନ ମିଳିବାରୁ ବସ୍ଗୁଡ଼ିକ ଆସିପାରୁନାହିଁ।
ଯଦି ଏମିତି ସ୍ଥିତି ଆଗାମୀ ୭ ଦିନ ପର୍ଯ୍ୟନ୍ତ ଜାରି ରୁହେ ତେବେ ବାଧ୍ୟ ହୋଇ ବସ୍ ଚଳାଚଳ ଉପରେ ଅଙ୍କୁଶ ଲଗାଇବୁ ବୋଲି ଭୁବନେଶ୍ୱର ବସ୍ ମାଲିକ ସଂଘ ଉପ ସଭାପତି ଉପେନ୍ଦ୍ର ପ୍ରଧାନ କହିଛନ୍ତି । ଯେତିକି ବସ୍ ଚାଲୁଛି ସେଥିରୁ ଆମେ ଅଳ୍ପ ସଂଖ୍ୟକ ଚଲାଇବୁ ବାକି ବନ୍ଦ କରିବାକୁ ବାଧ୍ୟ ହେବୁ । ବର୍ତ୍ତମାନ ପାଇଁ ଏହା ଗୋଟିଏ ଗମ୍ଭୀର ସମସ୍ୟା । ଯଦି ପେଟ୍ରୋଲ-ଡିଜେଲ ସମସ୍ୟା ସ୍ୱାଭାବିକ ନ ହୁଏ ତେବେ ଅପରାହ୍ନ ସମୟରେ ଚାଲୁଥିବା ବସ୍ ସବୁକୁ ବନ୍ଦ କରିପାରୁ । ବସ୍ ସବୁ ତେଲ ପକାଇବା ପାଇଁ ଘଣ୍ଟା ଘଣ୍ଟା ଲାଇନରେ ଛିଡ଼ା ହେଉଛନ୍ତି । ଏ ନେଇ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘର ସଭାପତିଙ୍କ ନେତୃତ୍ୱରେ ଆମେ ସରକାରଙ୍କ ସହ ଆଲୋଚନା କରିବୁ । ନିବେଦନ କରିବୁ ଏହି ସମସ୍ୟାକୁ ସୁଧାରିବା ପାଇଁ ବୋଲି ଉପେନ୍ଦ୍ର ପ୍ରଧାନ କହିଛନ୍ତି ।