ଦିଲ୍ଲୀରେ ଦୁଇ ଦିନିଆ ୱାର୍କ ଫ୍ରମ୍‌ ହୋମ୍‌

0

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀରେ ସପ୍ତାହକୁ ଦୁଇଦିନିଆ ୱାର୍କ ଫ୍ରମ୍‌ ହୋମ୍‌ ନିର୍ଦ୍ଦେଶ। ସରକାରୀ କର୍ମଚାରୀଙ୍କ ପାଇଁ ୱାର୍କ ଫ୍ରମ୍‌ ହୋମ୍‌ ଘୋଷଣା। ୱାର୍କ ଫ୍ରମ୍‌ ହୋମ୍‌ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଦିଲ୍ଲୀ ସରକାରର କୌଣସି ମନ୍ତ୍ରୀ ଆସନ୍ତା ବର୍ଷେ ପାଇଁ ବିଦେଶ ଯିବେନି। ଦିଲ୍ଲୀ ସରକାରର ୫୦ ପ୍ରତିଶତ ବୈଠକ ଭିସିରେ ହେବ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ରାଜଧାନୀର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏବେ କର୍ମଚାରୀମାନେ ସପ୍ତାହକୁ ୨ ଦିନ ଘରେ ରହି କାମ କରିବେ। ଏହାଦ୍ୱାରା ସରକାରୀ ଗାଡ଼ି ଏବଂ କର୍ମଚାରୀଙ୍କ ବ୍ୟକ୍ତିଗତ ଗାଡ଼ିର ବ୍ୟବହାର କମିବ, ଯାହା ସିଧାସଳଖ ଭାବେ ପେଟ୍ରୋଲ ଓ ଡିଜେଲ ସଞ୍ଚୟରେ ସାହାଯ୍ୟ କରିବ।ଇନ୍ଧନ ବଞ୍ଚାଇବା ଅଭିଯାନକୁ ଏକ ଆନ୍ଦୋଳନର ରୂପ ଦେବା ପାଇଁ ସରକାର ‘ମେରା ଭାରତ ମେରା ଯୋଗଦାନ’ ନାମକ ଏକ ନୂତନ ସ୍କିମ୍ ଆରମ୍ଭ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କୁ ନିଜ ସ୍ତରରେ ଇନ୍ଧନ ସଞ୍ଚୟ କରିବା ପାଇଁ ଉତ୍ସାହିତ କରିବା ଏହି ଯୋଜନାର ଲକ୍ଷ୍ୟ । ଦେଶ ଗଠନରେ ପ୍ରତ୍ୟେକ ବ୍ୟକ୍ତି ଇନ୍ଧନ ବଞ୍ଚାଇ ନିଜର କିଛି ଯୋଗଦାନ ଦିଅନ୍ତୁ ବୋଲି ସରକାର ଆହ୍ବାନ କରିଛନ୍ତି ।

Leave A Reply

Your email address will not be published.