ଓଡ଼ିଆ ନ୍ୟୁଜ୍: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଟାସ୍କ ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ଜୁଲାଇରେ ଆସି ଟାସ୍କର ସମୀକ୍ଷା କରିବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଓଡ଼ିଶା ଗସ୍ତରେ ସମୟରେ ରାଜ୍ୟ ପଦାଧିକାରୀଙ୍କୁ ଦେଇଛନ୍ତି ୩ ମାସିଆ ଟାସ୍କ। ନିତିନ ଦଳୀୟ ବିଧାୟକ, ସାଂସଦଙ୍କୁ ଲୋକଙ୍କ ପାଖକୁ ଯାଇ ସୁସଂପର୍କ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପରାମର୍ଶ ଅନୁସାରେ ମାସର ୧ ତାରିଖରୁ ୭ ତାରିଖ ଭିତରେ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତିମଣ୍ଡଳକୁ ଯିବେ ବିଧାୟକ ଏବଂ ସାଂସଦ। ଏହା ସହ ସୋସିଆଲ ମିଡିଆରେ ଆକ୍ଟିଭ ହେବାକୁ ମଧ୍ୟ ପରାମର୍ଶ ଦେବା ସହ, ୩ ମାସ ଭିତରେ ଟାସ୍କ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏନେଇ ଭୁବେନଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରଖି କିଭଳି ଓଡ଼ିଶା ଉନ୍ନତି ପାଇଁ କାମ କରାଯିବ ସେନେଇ ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ। ସାଂସଦ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ପ୍ରତ୍ୟେକ ବିଧାନସଭାକୁ ଯାଇ ରହିବେ ଓ ସରକାରଙ୍କ ସଫଳତା ଲୋକଙ୍କ ନିକଟରେ ପହଞ୍ଚାଇବେ। ଉଭୟ ସାଂସଦ ଓ ବିଧାୟକ ମିଳିତ ଭାବେ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଜନସାଧାରଣଙ୍କ ସହ ମିଶିବାକୁ ନିର୍ଦ୍ଦେଶ ଦିଆଯାଇଛି।