CMଙ୍କୁ ଭେଟିଲେ ଜାପାନ କନ୍‌ସଲ୍‌ ଜେନେରାଲ୍

0

ଓଡ଼ିଆ ନ୍ୟୁଜ୍: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାପାନ କନ୍‌ସଲ୍‌ ଜେନେରାଲ୍ ଇଶିକାୱା ଯୋଶିହିସା। ଓଡ଼ିଶା-ଜାପାନ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଆଲୋଚନା। ବାଣିଜ୍ୟ, ବିନିଯୋଗ, ପ୍ରଯୁକ୍ତି, ପର୍ଯ୍ୟଟନ ଓ ଦକ୍ଷତା ବିକାଶ କ୍ଷେତ୍ରକୁ ଗୁରୁତ୍ବ। ଓଡ଼ିଶାର ବିକାଶ ଯାତ୍ରାରେ ଜାପାନର ନିରନ୍ତର ସମର୍ଥନକୁ ପ୍ରଶଂସା କଲେ CM। ନିଯୁକ୍ତି, ପର୍ଯ୍ୟଟନ ସଂଯୋଗ ପାଇଁ ଉନ୍ନତ ସୁଯୋଗ ଖୋଜିବା ନେଇ ସହମତି।

ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପରେ ଜାପାନର ସହଯୋଗ ଏବଂ କ୍ରମବର୍ଦ୍ଧିଷ୍ଣୁ ବାଣିଜ୍ୟିକ ସମ୍ପର୍କ ପାଇଁ ଜାପାନର ଉଚ୍ଚ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଜାପାନ ଓଡ଼ିଶାରେ ଅଧିକ ନିବେଶ କରିବା ସହିତ ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

କନସୁଲ ଜେନେରାଲ୍ ମିଷ୍ଟର ଇସିକାୱା ଉଭୟ ଜାପାନ ଓ ଓଡ଼ିଶା ମଧ୍ୟରେ ଥିବା ଐତିହାସିକ କଳା, ଐତିହ୍ୟ ଓ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶ ଉଦ୍ୟମରେ ଜାପାନ ସବୁବେଳେ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ । ବୈଠକର ନିଷ୍ପତ୍ତି ଅନୁଯାୟୀ ଜାପାନର ଏକ ରାଜ୍ୟ ‘ତୋତ୍ତୋରି’ (Tottori Prefecture) ଓ ଓଡ଼ିଶା ମଧ୍ୟରେ ସହଭାଗୀତା ହେବ । ଏହି ଉଭୟ ରାଜ୍ୟ ‘ସିଷ୍ଟର ଷ୍ଟେଟ୍ସ’ ଭାବରେ କାର୍ଯ୍ୟ କରିବେ ।

Leave A Reply

Your email address will not be published.